ଭୁବନେଶ୍ୱର, ୧୨/୦୨: ଭୀମ୍ସାରରେ ରାଗିଂ ଅଭିଯୋଗ । ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରର ମାଁ ଅଧ୍ୟକ୍ଷଙ୍କ ପାଖରେ ମୌଖିକ ଅଭିଯୋଗ କରିଛନ୍ତି । ଫଳରେ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ୍ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।
ସୂଚନା ମୁତାବକ, ରାଗିଂର ଶିକାର ହୋଇଥିବା ଦ୍ବିତୀୟ ବର୍ଷର ଛାତ୍ର ହଷ୍ଚେଲରେ ରହୁଥିଲେ । ସେ ହଷ୍ଚେଲରେ ଥିବାବେଳେ ତୃତୀୟ ବର୍ଷର କିଛି ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛ କି ବୋଲି ପଚାରିଥିଲେ । ଦ୍ବିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାର ପିଟ କରିବା ସହ ଗାଲି ଗୁଳଜ କରିଥିଲେ । ଫଳରେ ଛାତ୍ର ଜଣକ ପରିବାରରେ ଜଣାଇବା ପରେ ତାଙ୍କ ମାଆ କଲେଜ ଅଧ୍ୟକ୍ଷଙ୍କ ପାଖରେ ମୌଖିକ ଅଭିଯୋଗ କରିଛନ୍ତି । ଫଳରେ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ୍ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।