ପ୍ରମୂଖ ଖବର
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟ୍ରେନ୍‌ ବାଥରୁମ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | February 10, 2025 12:09 PM

ଭୁବନେଶ୍ୱର,୧୦/୦୨: ସମ୍ବଲପୁର-ନାନଦେଡ ଟ୍ରେନ୍‌ର ବାଥରୁମ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଉଦ୍ଧାର ହେବା ପରେ ସମ୍ବଲପୁର ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସମ୍ୱଲପୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ସମ୍ବଲପୁର-ନାନଦେଡ ଟ୍ରେନ୍‌ଟି ସମ୍ବଲପୁର ରେଳଷ୍ଟେସନର ୱାସିଙ୍ଗ ଲାଇନରେ ଛିଡ଼ା ହୋଇଥିଲା । ଏହି ସମୟରେ ଟ୍ରେନ୍‌ର ବାଥରୁମ୍‌ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ସମ୍ବଲପୁର ଜିଆରପି ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କ ମୃତ୍ୟୁ ହେଲା, ସେନେଇ ଜିଆରପି ପକ୍ଷରୁ ତଦନ୍ତ କରାଯାଉଥିବା ନେଇ ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.