ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ

Published By : Harapriya Sethi | February 20, 2025 9:59 AM

ଭୁବନେଶ୍ୱର, ୨୦/୦୨: କିଟ୍‌ ପରେ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଗୋଟିଏ ପଟେ କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ମେଟାକନୀ ମନ୍ଦିରର ପଛପଟ ପଡିଆରୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯିବ ସହ ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନା ମୁତାବକ, ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରେ କିଛି ଯୁବକ ଜଣେ ଯୁବତୀଙ୍କୁ ଆକ୍ରମଣ କରୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋକେ ପାଟି କରିବା ପରେ ଯୁବକମାନେ ଛାଡି ପଳାଇଥିଲେ । ଯୁବତୀ ଜଣକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସର ଛାତ୍ରୀ ବୋଲି ଜାଣିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ଛାତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଛାତ୍ରାଙ୍କ ମୁଣ୍ଡରେ ଆଘାତ ଥିବା କାରଣରୁ ସିଟି ସ୍କାନ କରାଯାଇଛି । ସେପଟେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଘଟଣାର ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.