ଚଣ୍ଡିଗଡ,୧୫/୦୨: ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରଶାସନ ସ୍ବଦେଶ ଫେରାଇ ଦେଉଛି । ଏହି କ୍ରମରେ ଆଜି ଆଉ ୧୧୯ ଭାରତୀୟ ଅପ୍ରବାସୀଙ୍କୁ ନେଇ ଆମେରିକା ବାୟୁସେନାର ଯୁଦ୍ଧବିମାନ ସି-୧୭ ପଞ୍ଜାବର ଅମୃତସରରେ ଅବତରଣ କରିବ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଅବୈଧ ପ୍ରବାସୀଙ୍କୁ ନେଇ ଫେରିଥିବା ବିମାନ ଅମୃତସରର ଲ୍ୟାଣ୍ଡ କରିସାରିଛି । ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ତେବେ ଅମୃତସରରେ କାହିଁକି ଅବତରଣ କରୁଛି ବିମାନ ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ।
ଅମୃତସରରେ କାହିଁକି ? ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଇମିଗ୍ରେସନ ପିଲିସି ଆଧାରରେ ସେଠାରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ସେଠାରେ ଥିବା ଅପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଉଛି ଆମେରିକା । ପ୍ରଥମ ପର୍ଯ୍ୟାୟରେ ୧୦୪ ଜଣ ଫେରିବା ପରେ ଆଜି ଆଉ ୧୧୯ ଜଣ ଫେରିବେ । ଆମେରିକା ବିମାନ ପଞ୍ଜାବର ଅମୃତସରର ଅବତରଣ କରିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି, ପଞ୍ଜାବକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଅପ୍ରବାସୀ ଭାରତୀୟଙ୍କୁ ନେଇ ଆସୁଥିବା ଆମେରିକା ବିମାନ ଅମୃତସରରେ କାହିଁକି ଲ୍ୟାଣ୍ଡ କରୁଛି ।
ଆଜି ଫେରୁଥିବା ୧୧୯ ଅପ୍ରବାସୀ ଭାରତୀୟଙ୍କ ମଧ୍ୟରେ ୬୭ଜଣ ପଞ୍ଜାବ ବାସିନ୍ଦା ହୋଇଥିବା ବେଳେ, ୩୩ଜଣ ହରିୟାଣା, ଗୁଜୁରାଟର ୮ ଜଣ, ଉତ୍ତରପ୍ରଦେଶର ୩, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନରୁ ୨ ଜଣ ଲେଖାଏଁ ରହିଛନ୍ତି । ଆମେରିକା ଦ୍ବିତୀୟ ପର୍ଯ୍ୟାୟରେ ଅପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଉଛି । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ଆଉ ଏକ ବିମାନରେ ଅପ୍ରବାସୀ ଭାରତୀୟ ଆସିବେ ।
କହି ରଖୁଛି କି, ଏହା ପୂର୍ବରୁ ଫେବୃଆରୀ ୫ ତାରିଖରେ ପ୍ରାରମ୍ଭିକ ପର୍ଯ୍ୟୟରେ ଆମେରିକାରୁ ୧୦୪ ଅବୈଧ ପ୍ରବାସୀ ଭାରତୀୟମାନଙ୍କୁ ନେଇ ଫେରିଥିବା ବିମାନ ଅମୃତସରରେ ଅବତରଣ କରିଥିଲା । ଆଜି ଆଉ ୧୧୯ ଅପ୍ରବାସୀ ଭାରତୀୟ ଫେରିବେ ଏହାକୁ ନେଇ ବିରୋଧି ଦଳ ଶାସକ ଦଳକୁ ଟାର୍ଗେଟ କରିଥିଲେ । ପଞ୍ଜାବ ଛଡା ଆଉ ଅନ୍ୟ କୌଣସି ରାଜ୍ୟରେ କ’ଣ ପାଇଁ ଅନୁମତି ପ୍ରଦାନ କରାଯାଉନାହିଁ ବୋଲି ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।