ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବଢୁଛି ସୋନିଆଙ୍କ ଅଡୁଆ; ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି

Published By : Ankita S | February 4, 2025 7:34 AM

ନୂଆଦିଲ୍ଲୀ,୦୪/୦୨: ମହାମହିମ ରାଷ୍ଟ୍ରପତିଙ୍କୁ ନେଇ ବୟାନ ଦେବା ଆଗରୁ ଟିକେ ଭାବିଲେ ନାହିଁ । ଯାହା ପାଟିକୁ ଆସିଲା କହିଦେଲେ । ବିରୋଧୀ ହିସାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ସୋନିଆ ଗାନ୍ଧୀ । ଦିନକୁ ଦିନ ତାଙ୍କ ଅଡୁଆ ବଢିବାକୁ ଲାଗିଛି । ପ୍ରଥମେ ବିହାର ମୁଜାଫରପୁର କୋର୍ଟରେ ମାମଲା ପରେ ଏବେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି । ସଂସଦରେ ସୋନିଆଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ସାଂସଦ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତ୍ତିଜନକ ବୟାନ ପ୍ରସଙ୍ଗରେ ବିଜେପି ସାଂସଦମାନେ ସୋନିଆ ଗାନ୍ଧୀ ଓ ପପୁ ଯାଦବଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଦେଇଛନ୍ତି । ବିଜେପି ସାଂସଦଙ୍କ ସ୍ବାଧୀକାର ଭଙ୍ଗ ନୋଟିସରେ କୁହାଯାଇଛି କି, ସୋନିଆ ଗାନ୍ଧୀ ଓ ପପୁ ଯାଦବ ସର୍ବୋଚ୍ଚ ପଦର ଗରିମାକୁ ହାନି ପହଞ୍ଚାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନଜନକ ଶଦ୍ଦ ବ୍ୟବହାର କରିଛନ୍ତି । ତେଣୁ ସଂସଦୀୟ ସ୍ବାଧୀକାର, ନୈତିକତା ଓ ମର୍ଯ୍ୟାଦା ଉଲ୍ଲଂଘନ ନେଇ ନୋଟିସ୍ ଜାରି ହୋଇଛି । ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ 'Poor ଲେଡି କହିଥିବାବେଳେ ସାଂସଦ ପପୁ ଯାଦବ ରାଷ୍ଟ୍ରପତି ରବର ଷ୍ଟାମ୍ପ ଭଳି ସେ କେବଳ ଲଭ ଲେଟର ପଢୁଛନ୍ତି ବୋଲି କହିଥିଲେ ।

ଏହା ବି ପଢନ୍ତୁ...ପ୍ରେସିଡେଣ୍ଟଙ୍କୁ Poor ଲେଡି କହିବା ପଡିଲା ମହଙ୍ଗା, ସୋନିଆ ଗାନ୍ଧୀଙ୍କ ନାମରେ ମାମଲା

କହି ରଖୁଛୁ କି, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଅପମାନ ହୋଇଥିବା ନେଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିବାକୁ ଦାବି କରିଥିଲେ  ଆଇନଜୀବୀ ସୁଧୀର ଓଝା ।  ଏହା ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସହ ଅଭିଯୁକ୍ତ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଥିଲେ ।

କଣ କହିବା ସୋନିଆଙ୍କୁ ପଡିଲା ମହଙ୍ଗା- ଗତ ଜାନୁଆରୀ ୩୧ ତାରିଖରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି । ଏହା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ରାଷ୍ଟ୍ରପତିଙ୍କୁ 'Poor ଲେଡି ଭାଷଣ ଦେଇ ଥକି ଗଲେ ବୋଲି ମନ୍ତବ୍ୟ ଦେଇଥିଲେ ସୋନିଆ ଗାନ୍ଧୀ । ଭାଷଣ ବୋରିଂ, ମିଥ୍ୟା ପ୍ରତିଶ୍ରୁତି ଏବଂ 'ବିଚାରୀ ମହିଳା' କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଥିଲେ । ସେପଟେ ରାହୁଲ ଗାନ୍ଧୀ ମଧ୍ୟ ଭାଷଣକୁ ବୋରିଂ ବୋଲି କହିଥିଲେ । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିଭିନ୍ନ ମହଲରୁ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରାଯାଇଥିଲା । ସୋନିଆ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.