ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ , ୯ ଫେବ୍ରୁଆରୀରେ ସିଏମ୍‌ ବିରେନ ସିଂହ ଦେଇଥିଲେ ଇସ୍ତଫା

Published By : Prameya | February 13, 2025 8:21 PM

ନୂଆଦିଲ୍ଲୀ : ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରି ଦିଆ ଯାଇଛି।ଏହା ପୂର୍ବରୁ ୯ ଫେବ୍ରୁଆରୀରେ ରାଜ୍ୟର ସିଏମ୍‌ ବିରେନ୍‌ ସିଂହ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଇସ୍ତଫା ସେ ରାଜ୍ୟରେ ଜାରି ରହିଥିବା ଜାତିଗତ ହିଂସାକାଣ୍ଡର ପାଖାପାଖି ୨ବର୍ଷ ପରେ ଦେଇଛନ୍ତି। ଏହି ମାମଲା ସହ ଅନ୍ୟ ମାମଲାକୁ ନେଇ ରାଜ୍ୟରେ ତାଙ୍କର ସମାଲୋଚନା ହେଉଥିଲା। ବିରେନ ସିଂହଙ୍କ ଇସ୍ତଫା ପରେ ଚର୍ଚ୍ଚା ଥିଲା କି ରାଷ୍ଟ୍ରପତି ଶାସନ ହୋଇପାରେ। 

କହି ରଖୁଛୁ କୁ, ସମ୍ୱିଧାନ ମୁତାବିକ, କୌଣସି ରାଜ୍ୟରେ ବିଧାନସଭାର ଦୁଇ ଅଧିବେଶନ ମଧ୍ୟରେ ୬ମାସରୁ ଅଧିକ ବ୍ୟବଧାନ ହେବା ଉଚିତ୍‌ ନୁହେଁ । ହେଲେ ମଣିପୁର ବିଧାନସଭା ମାମଲାକୁ ଦେଖାଗଲେ ଏହି ସମୟ ସୀମା ବୁଧବାର ଶେଷ ହୋଇ ଯାଇଛି। ଏହାସହ ରାଜ୍ୟରେ କୌଣସି ବି ପାର୍ଟି ବା ଗଠବନ୍ଧନ ସରକାର କରିବାକୁ ଦାବି ଉପସ୍ଥାପିତ କରି ନାହାନ୍ତି।

ଉଲ୍ଲେଖନୀୟ ଯେ, ୧୦ ଫେବ୍ରୁଆରୀରୁ ମଣିପୁର ବିଧାନସଭାର ଅଧିବେଶନ ଆରମ୍ଭ ହେବାର ଥିଲା। ହେଲେ, ବିରେନ ସିଂହଙ୍କ ଇସ୍ତଫା ପରେ ଏହାକୁ ସ୍ଥଗିତ କରିବାର ଆଦେଶ ଜାରି କରାଯାଇଛି। ଏସବୁ ଏହି ସମୟରେ ହୋଇଛି, ଯେବେ କଂଗ୍ରେସ ବିଧାନସଭା ଅଧିବେଶନରେ ବିରେନ ସିଂହ ବିରୋଧରେ ନୋ କନଫିଡେନ୍ସ ମୋସନ ଆଣିବାର ପ୍ରସ୍ତୁତିରେ ଥିଲେ। ହେଲେ ଏବେ ଅନେକ ରାଜନୀତିକ ହୋ ହାଲ୍ଲାରେ ବିରାମ ଲାଗି ଯାଇଛି ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇ ସାରିଛି।

କହି ରଖୁଛୁ କି କୌଣସି ବି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାରେ ସେହି ରାଜ୍ୟର ଶାସନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଥାଏ। ରାଜ୍ୟର ପ୍ରଶାସନ ରାଷ୍ଟ୍ରପତିଙ୍କର କଣ୍ଟ୍ରୋଲକୁ ଆସିଯାଏ। ରାଷ୍ଟ୍ରପତି ନିଜର ପ୍ରତିନିଧି ଭାବେ ରାଜ୍ୟପାଳଙ୍କୁ ପ୍ରଶାସନ ଚଲାଇବାର ଦାୟିତ୍ୱ ପ୍ରଦାନ କରନ୍ତି ଏବଂ ରାଜ୍ୟପାଳ କେନ୍ଦ୍ର ନିର୍ଦ୍ଦେଶର ଆଧାରରେ ଶାସନ କରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.