ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମହାକୁମ୍ଭରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

Published By : Prameya | February 10, 2025 8:05 AM

ପ୍ରୟାଗରାଜ ୧୦/୦୨: ସୋମବାର ମହାକୁମ୍ଭ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସକାଳ ୧୧ଟାରେ ପ୍ରୟାଗରାଜ ପହଞ୍ଚିବାବେଳେ ସେଠାରେ ଅପରାହ୍ନ ୪ଟା ଯାଏ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସଙ୍ଗମ ନୋଜ୍‌ ପହଞ୍ଚି ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ ଓ ପୂଜା କରିବେ ସେ । ପରେ ଅକ୍ଷୟବଟ ଓ ବଡ଼େ ହନୁମାନ ମନ୍ଦିର ଦର୍ଶନ ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । 

ରାଷ୍ଟ୍ରପତି ଡିଜିଟାଲ୍‌ ମହାକୁମ୍ଭ ଅନୁଭବ କେନ୍ଦ୍ରର ଅବଲୋକନ କରିବେ । ସେଠାରେ ମହାକୁମ୍ଭ ମେଳା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଯୁକ୍ତି ମାଧ୍ୟମରେ ଉପଲବ୍ଧ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ରହିବେ । ଦେଶର ପ୍ରଥମ ନାଗରିକଙ୍କର ସଙ୍ଗମରେ ବୁଡ଼ ପକାଇବାର ଏହା ଐତିହାସିକ କ୍ଷଣ ହେବ । ଏହା ପୂର୍ବରୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ କୁମ୍ଭରେ ପବିତ୍ର ବୁଡ଼ ପକାଇଥିଲେ ।

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.