ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନୂତନ ରେଳପଥ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଜୋରଦାର, ରେଳବାଇ ଜିଏମଙ୍କ ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନ

ବାଙ୍ଗିରିପୋଷି,୫/୧୦(ଆ.ପ୍ର): ଦକ୍ଷିଣ-ପୂର୍ବ ରେଳବାଇ ଜିଏମ ଅନିଲ କୁମାର ମିଶ୍ର ମୟୁରଭଞ୍ଜ ଗସ୍ତ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି ଜିଏମ ଶ୍ରୀ ମିଶ୍ର । ତାଙ୍କ ସହ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ କେଆର ଚୌଧୁରୀ ଏବଂ ରେଲ ବିଭାଗ ର ବିଭିନ୍ନ ବିଭାଗୀୟ ଅଧିକାରୀ ମଧ୍ୟ ବାଙ୍ଗିରିପୋଷିରେ ପହଂଚି ଥିଲେ । ଶହେ ବର୍ଷର ରେଲ ଷ୍ଟେସନ ହୋଇଥିବା ବେଳେ ଏହାର ଉନ୍ନତିକରଣ କାର୍ଯ୍ୟ ଜୋରସର ରେ ଚାଲିଥିବା ଦେଖିବାକୁ ମିଳିଛି।

ରେଳବାଇ ଜିଏମ ଅନିଲ କୁମାର ମିଶ୍ର ବାଙ୍ଗିରିପୋଷି ରେଳ ଷ୍ଟେସନ ର ସମୀକ୍ଷା କରିବା ସହ ରୁପସା-ବାଙ୍ଗିରିପୋଷି ରେଳ ଲାଇନ୍ ର ସମୀକ୍ଷା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବୁଢାମାରା -ଚାକୁଳିଆ , ବାଙ୍ଗିରିପୋଷି-ଗୋରୁମହିଷାଣୀ ର ନୂତନ ରେଳପଥ ନିର୍ମାଣର ଶୁଭାରମ୍ଭ ହେବାକୁ ଯାଉଛି । ଏହି ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ରାଷ୍ଟ୍ରପତି ଦୈପଦୀ ମୁର୍ମୁଙ୍କ କରକମଳ ରେ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ସେଥିପାଇଁ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ହେବା ସହ ତା'ର ପୂର୍ବ ପ୍ରସ୍ତୁତି ପାଇଁ ରେଳବାଇ ଜିଏମ ବାଙ୍ଗିରିପୋଷି ଗସ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.