ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ

ବାରିପଦା, ୧୪/୧୦ : ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ। ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଦକ୍ଷିଣ ମୁର୍ମୁଙ୍କ ୬ ବର୍ଷର ପୁଅ ଥାକ୍ରା ମୁର୍ମୁ ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳର ଥାକ୍ରା ମୁର୍ମୁ ସୁବର୍ଣ୍ଣରେଖା କେନାଲରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡିଯାଇଥିଲେ। ପ୍ରାୟ ଏକ ଘଣ୍ଟା ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇ ନାବାଳକଙ୍କ ମୃତଦେହ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.