ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଘରକୁ ଯାଉଛି ବୋଲି ମା'କୁ ଫୋନ୍ କରି କହିଲେ, ଦେଢ ଘଣ୍ଟା ପରେ ମିଳିଲା ପୁଅର ମୃତ୍ୟୁ ଖବର

ବେତନଟୀ, ୧୪/୧୦ : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସୋମବାର ସକାଳ ୬ଟାରେ ବୈଶିଙ୍ଗା ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବେତନଟୀର ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ଏକମାତ୍ର ପୁତ୍ର ଆଶୁତୋଷ (୩୮ ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଆଶୁତୋଷ ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ଭୋର୍ ୪ଟା ୧୩ରେ ସେ ତାଙ୍କ ମାଆଙ୍କୁ ଫୋନ କରି ଘରକୁ ଯାଉଛି ବୋଲି କହିଥିଲେ। ମାତ୍ର ଦେଢ ଘଣ୍ଟା ପରେ ପରିବାର ଲୋକଙ୍କୁ ପୁଅର ମୃତ୍ୟୁ ଖବର ମିଳିଥିଲା। ସୋମବାର ସକାଳ ୬ଟାରେ ବୈଶିଙ୍ଗା ପୋଲିସ ଖଇରବଣୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ତେବେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ୪ବର୍ଷ ତଳେ ଆଶୁତୋଷ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାପଡିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.