ଲଖନପୁର/ଝାରସୁଗୁଡ଼ା, ୧୨।୨ : ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ପ୍ରୀତି ବିଶ୍ୱାଳ ଏବଂ ତାଙ୍କ ବାପା ତେଜରାମ ବିଶ୍ୱାଳଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପ୍ରୀତି ’ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଷୟ କେନ୍ଦ୍ରିକ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ପ୍ରୀତିର ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି । ଛାତ୍ରଛାତ୍ରୀ ଏବଂ ପରୀକ୍ଷା ଯୋଦ୍ଧାମାନେ ପରୀକ୍ଷା ପାଇଁ ଚିନ୍ତିତ ହେବା କଥା ନୁହେଁ । ଆତ୍ମବିଶ୍ୱାସର ସହ ଚାପ ମୁକ୍ତ ହୋଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ଦରକାର । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ବିଦ୍ୟାର୍ଥୀଙ୍କ ମନୋବଳକୁ ଦୃଢ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରୀତିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ , ଚଳିତଥର ‘ପରୀକ୍ଷା ପେ ଚର୍ଚ୍ଚା’- ୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରୀତି ଓ ତାଙ୍କ ବାପା ତେଜରାମ ଭେଟିଥିଲେ।