ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାକୁମ୍ଭରେ ଅମ୍ବାନି ପରିବାର ବାଣ୍ଟିଥିବା ପ୍ୟାକେଟ୍‌ରେ କ'ଣ ଥିଲା ? ଆସନ୍ତୁ ଜାଣିବା

Published By : prameya | February 12, 2025 2:44 PM

ନୂଆଦିଲ୍ଲୀ,୧୨/୦୨: ମହାକୁମ୍ଭରେ ବୁଡ଼ ପକାଇଲେ ସବୁଠୁ ବଡ଼ ବିଜନେସ୍ ମ୍ୟାନ ତଥା  ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନି ଓ ତାଙ୍କ ପରିବାର । ସେ ମାଘ ପୂର୍ଣ୍ଣମାର ଗୋଟିଏ ଦିନ ପୂର୍ବରୁ ବୁଡ଼ ପକାଇଛନ୍ତି । ଅମ୍ବାନି ପରିବାର ସେଠାରେ ପୂଜାର୍ଚ୍ଚନା କରିବା ସହ ବୁଡ଼ ପକାଇବା ପରେ ଲୋକଙ୍କୁ ପ୍ୟାକେଟ୍ ବାଣ୍ଟିଥିଲେ । ଆଉ ବର୍ତ୍ତମାନ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ , ଯେ ସେହି ପ୍ୟାକେଟରେ କ'ଣ ଥିଲା ? ତେବେ ଆସନ୍ତୁ ଜାଣିବା ମହାକୁମ୍ଭର ବୁଡ଼ ପକାଇବାକୁ ଅମ୍ବାନି ପରିବାରର କିଏ କିଏ ଯାଇଥିଲେ ଓ ତାଙ୍କ ଦ୍ବାରା ବଣ୍ଟାଯାଇଥିବା ପ୍ୟାକେଟରେ କ'ଣ ଥିଲା । 

ମହାକୁମ୍ଭରେ ଅମ୍ବାନି ପରିବାରର ସବୁଠୁ ବୟୋଜ୍ୟୋଷ୍ଠ ବ୍ୟକ୍ତି କୋକିଲା ବେନ୍, ମୁକେଶ ଅମ୍ବାନି ଓ ତାଙ୍କର ଦୁଇ ପୁଅ ବୋହୁ ଆକାଶ ଅମ୍ବାନି, ଶ୍ଲୋକା ମେହେତା,ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟ ଯାଇଥିଲେ । ତାଙ୍କ ସହିତ  ଆକାଶ ଅମ୍ବାନିଙ୍କ ପିଲାମାନେ ପୃଥ୍ବୀ ଓ ବେଦା ମଧ୍ୟ ସେଠାକୁ ଯାଇ ବୁଡ଼ ପକାଇଛନ୍ତି । ଅମବାନି ପରିବାର ଶ୍ରଦ୍ଧାର ସହିତ ନିରଞ୍ଜନ ଆଖଡ଼ାର ପିଠାଧୀଶ୍ବର ଆଚାର୍ଯ୍ୟ ମହାମଣ୍ଡଳେଶ୍ବରର ସ୍ବାମୀ କୈଳାସନନ୍ଦ ଗିରିଙ୍କ ଦ୍ବାରା ପୂଜାର୍ଚ୍ଚନା କରି ଗଙ୍ଗା ସ୍ନାନ କରିଥିଲେ । 

ଅମ୍ବାନ ପରିବାର  ସ୍ନାନ କରିବା ପରେ ସେଠାରେ ଥିବ ଲୋକଙ୍କୁ କିଛି ପ୍ୟାକେଟ ବାଣ୍ଟିଥିଲେ । କୁହାଯାଉଛି ସେହି ପ୍ୟାକେଟରେ ପୁରୀ-ତରକାରୀ ଥିଲା । ଯାହା ସେଠାରେ ଥିବା ଲୋକଙ୍କୁ ଦିଆଯାଇଥିଲା । ଏହା କୌଣସି ପ୍ରଥମ ଥର ନୁହେଁ ଯେ ଅମ୍ବାନି ପରିବାର ତରଫରୁ ଖାଦ୍ୟ ବଣ୍ଟାଯିବା । ସବୁବେଳେ ସେ ଏଭଳି ବାଣ୍ଟିଥାନ୍ତି ।  ଏହା ବ୍ୟତୀତ ସେ ଡ଼ଙ୍ଗା ଚାଳକଙ୍କୁ ଲାଇଫ ଜ୍ୟାକେଟମଧ୍ୟ ବାଣ୍ଟିଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.