ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Maharashtra: ମହାରାଷ୍ଟ୍ରରେ ରାଜନୈତିକ ବଳ କଷାକଷି; ମୁହାଁମୁହିଁ ସ୍ଥିତିରେ ଫଡନାଭିସ ଓ ସିନ୍ଧେ

Published By : Bijay Swain | February 17, 2025 5:21 PM

Image courtesy: indiatoday

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶାସନ ଭାର ସମ୍ଭାଳିଥିବା ମହାୟୁତି ମେଣ୍ଟର ଦୁଇ ହାଇ ଭୋଲ୍ଟେଜଙ୍କ ମଧ୍ୟରେ ବଳ କଷାକଷି। କିଛି ଏମିତି ଦେଖିବାକୁ ମିଳିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମଧ୍ୟରେ। ଖବର ମୁତାବକ ଫଡନାଭିସ ନିକଟରେ ଆସିଷ୍ଟାନ୍ସ ଡେସ୍କ ଓ ମେଡିକାଲ ଆସିଷ୍ଟାନ୍ସ ଡେସ୍କର ଆରମ୍ଭ କରିଥିଲେ। ଏହାକୁ ଲକ୍ଷ୍ୟକରି ସିନ୍ଧେ ମଧ୍ୟ ନିଜ ଅଧିନରେ ଏକ ମେଡିକାଲ ଆସିଷ୍ଟାନ୍ସ ଡେସ୍କର ଆରମ୍ଭ କରିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସିନ୍ଧେ ନିଜ ଡେସ୍କକୁ ଫଡନାଭିସଙ୍କ ଅଫିସ ନିକଟରେ ହିଁ ଆରମ୍ଭ କରିଛନ୍ତି।

ମହାରାଷ୍ଟ୍ରରେ ଥିବା ମନ୍ତ୍ରଣାଳୟ ବିଲ୍ଡିଂ(ରାଜ୍ୟ ସେକ୍ରେଟେରିଏଟ) ଏହି ବଳ କଷାକଷିର ମୁକସାକ୍ଷି ହୋଇ ଛିଡାହୋଇଛି। ଯେଉଁଠି ଫଡନାଭିସ ନିଜ କାର୍ଯ୍ୟଳୟରୁ ରାଜ୍ୟର ମୁଖ୍ୟ ପ୍ରକଳ୍ପ ଗଡିକର ମନିଟରିଂ ଓ ଗୁରୁତ୍ତ୍ୱପୂର୍ଣ୍ଣ ମିଟିଂ ଜାରି ରଖିଛନ୍ତି। ଅନ୍ୟପଟେ ସିନ୍ଧେ ଫଡନାଭିସଙ୍କ ଅଫିସ ସମ୍ମୁଖରେ ଅନ୍ୟ ଏକ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି। ସେ ଏହି କାର୍ଯ୍ୟାଳୟରେ ଏକ ସମନ୍ୱୟ କମିଟି ଗଠନ କରି ମହାରଷ୍ଟ୍ରରେ କାର୍ଯ୍ୟକାରୀ ହେଉଥିବା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକର ସମାକ୍ଷା କରୁଛନ୍ତି। 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ଏ ସମ୍ପର୍କରେ ମତ୍ତ ଦେଇ କହିଛନ୍ତି ଯେ ଏଥିରେ କୌଣସି ଅସୁବିଧା ନାହିଁ। ଉପମୁଖ୍ୟମନ୍ତ୍ରୀ ହିସାବରେ ସିନ୍ଧେ ନିଜର ଏକ ନୂଆ ଅଫିସ ଗଠନ କରିଛନ୍ତି। ସରକାରରେ ପୂର୍ବରୁ ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେହି ଆଧାରରେ ସେ ମହାରଷ୍ଟ୍ର ସରକାରଙ୍କ କାମ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେ ତାହା ଉପରେ ଧ୍ୟାନ ଦେଉଛନ୍ତି। 

ତେବେ ସିନ୍ଧେଙ୍କ ଶିବସେନା ଦଳର ମୁଖିଆ ଓ ମନ୍ତ୍ରୀ ମାନେ ଏହାକୁ ନେଇ ନିଜର ଏକ ଭିନ୍ନ ମତ ରଖିଛନ୍ତି। ଦୁଇଟି ଅଲଗା ଅଲଗା ଅଫିସ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଲୋକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରୁଛି। ଏହା ଦ୍ୱାରା ତ୍ୱରିତ ବେଗରେ ନିଷ୍ପତ୍ତି ଗ୍ରହଣ କରିବା ସହ ଏହାର କର୍ଯ୍ୟକାରିତାକୁ ବେଗ ପ୍ରଦାନ କରୁଛି ବୋଲି ସେମାନେ ନିଜ ମତ୍ତ ପ୍ରକାଶ କରିଛନ୍ତି। 

ସୂଚନା ମୁତାବକ, ପ୍ରାରମ୍ଭିକ ସ୍ତରରେ ସିନ୍ଧେଙ୍କୁ ବିପର୍ଯ୍ୟୟ ପରିଚାଳନା କମିଟିରେ ମିଶାଯାଇ ନଥିଲା। ମହାରଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ସିନ୍ଧେ କ୍ଷୁବ୍ଧ ହୋଇଯାଇଥିଲେ। ତେବେ ବର୍ତ୍ତମାନ ସେ ନୂତନ ଭାବେ ପ୍ରଣୟନ କରିଥିବା ନିୟମରେ ସିନ୍ଧେ ସିଧାସଳଖ କମିଟିର ଜଣେ ସଦସ୍ୟ ହୋଇପାରିଛନ୍ତି। ସେହିପରି ରାଇଗଡ ଓ ନାସିକ ଜିଲ୍ଲା ପାଇଁ ଜଣେ ଗାର୍ଡିଏନ ମନ୍ତ୍ରୀଙ୍କ ଆବଶ୍ୟକତା ରହିଥିବାରୁ ଫଡନାଭିସ ନିଜ ପସନ୍ଦର ବିଧାୟକଙ୍କୁ ଏଠାକୁ ପଠାଇବା ପାଇଁ ଆଦେଶ ଜାରି କରିଥିଲେ। କିନ୍ତୁ ସିନ୍ଧେଙ୍କ ଶିବସେନା ଗୋଷ୍ଠିର ବିଧାୟକମାନେ ଏହି ଆଦେଶ ବରୋଧରେ ବିଦ୍ରୋହ କରିଥିଲେ। 

ରାଜନୈତିକ ଭାଗବଣ୍ଟାକୁ କେନ୍ଦ୍ର କରି ଶିବ ସେନା ଦଳ ମହାରାଷ୍ଟ୍ର ସରକାରଙ୍କ ଉପରେ ନିଜ ଅସନ୍ତୁଷ୍ଟି ଜାହିର କରି ଆସୁଛି। ଯେଉଁଥି ପାଇଁ ମହାୟୁତିର ଉଭୟ ଦଳ ବିଜେପି ଓ ଶିବ ସେନା ଦଳ ମଧ୍ୟରେ ବଳ କଷାକଷି ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.