ନୂଆଦିଲ୍ଲୀ: ତାମିଲନାଡୁର ଇରୋଡ ପୋଲିସ ନାମ ତାମିଲାର କଟଚ୍ଚି(ଏନଟିକେ)ଦଳର ମୁଖ୍ୟ ସଂଯୋଜକ ଶୀମନଙ୍କୁ ଏକ ସମନ ଜାରି କରିଛି। ଏହି ସମନରେ ଆସନ୍ତା ଫେବୃୟାରି ୨୦ ତାରିଖରେ ତାଙ୍କୁ ଥାନାରେ ହାଜର ହେବା ପାଇଁ ଆଦେଶ ଦିଆଯାଇଛି। ଏକ ପ୍ରଚାରରେ ଯୋଗଦେବା ସମୟରେ ଶୀମନ ଏକ ବିବାଦୀୟ ବୟାନ ଦେଇଥିଲେ। ଯେଉଁଥିପାଇଁ ଏହି ସମନ ଜାରି କରାଯାଇଛି ବୋଲି ଜଣା ପଡିଛି।
ନିକଟରେ ଏକ ରାଜନୈତିକ ପ୍ରଚାର ପାଇଁ ଶୀମନ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନିଜ ସମ୍ଭାଷଣ ରଖିଲା ବେଳେ ଯଦି ପେରିୟାରଙ୍କ ଲୋକମାନେ ଆମ ଉପରକୁ ପିଆଜ ଫିଙ୍ଗନ୍ତି ତେବେ ଏହାର ପ୍ରତିଉତ୍ତରରେ ଆମେ ବମ୍ ରେ ଏହା ଜବାବ ଦବା ବୋଲି କହିଥିଲେ। ଶୀମନଙ୍କ ଏହି ବୟାନ ବିରୁଦ୍ଧରେ ପୋଲିସ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କ ନିକଟକୁ ଶମନ ପଠାଇଛି।
ପୋଲିସ ପଠାଇଥିବା ସମନଟି ସୋମବାର ଦିନ ଶୀମନଙ୍କ ଚେନ୍ନାଇ ସ୍ଥିତ ଘରେ ପହଞ୍ଚିଥିଲା। ଏ ସମ୍ପର୍କରେ ଶୀମନଙ୍କୁ ପ୍ରଶ୍ନ ପଚରାଯିବାରୁ “ଏହା ତାମିଲନାଡୁ ସରକାରଙ୍କ ଏକ ଚକ୍ରାନ୍ତ। ମତେ ମାନସିକଭାବେ ଦୁର୍ବଳ କରିବାକୁ ଏହା ଡିଏମକେ ଦଳର ଏକ ପ୍ରୟାସ। ପୂର୍ବରୁ ମଧ୍ୟ ଏପରି ପ୍ରୟାସ କରାଯାଇଛି। କିନ୍ତୁ ମୁଁ ଏତେ ସହଜରେ ଭାଙ୍ଗି ପଡିବିନି” ବୋଲି ସେ ସମ୍ୱାଦିକମାନଙ୍କୁ କହିଛନ୍ତି।
ସୂଚନା ମୁତାବକ, ଇରୋଡ ପୂର୍ବର ଉପ-ନିର୍ବାଚନ ପାଇଁ ଗତ ଫେବୃଆରୀ ୫ ତାରିଖରେ ଶୀମନ ଏକ ରାଜନୈତିକ ପ୍ରଚାରରେ ଯୋଗ ଦେଇଥିଲେ। ଏହି ପ୍ରଚାର ସମୟରେ ସେ ପେରିୟାରଙ୍କୁ ବିରୋଧ କରିଥିଲେ। ପେରିୟାରଙ୍କ ଦଳ ଆଉ ଦ୍ରାବିଡିଆନ ଆଦର୍ଶରେ ନାହାନ୍ତି। ଏକଥା ଲୋକ ମାନେ ମଧ୍ୟ ବୁଝିଲେମି। ତେଣୁ ମୋର ତାମିଲ ଜାତିୟତାବାଦୀ ନିତି ପାଇଁ ସରକାର ମତେ ସିଧାସଳଖ ଟାର୍ଗେଟ କରୁଛନ୍ତି ବୋଲି ସେ କହିଥିଲେ।
ତେବେ ଏହି ନିର୍ବାଚନରେ ଏନଟିକେ ଦଳର ପାର୍ଥୀ ଏମକେ ସୀତାଲକ୍ଷ୍ମୀ ୧୫.୫୯ ପ୍ରତିଶତ ଭୋଟ ପାଇଥିବା ବେଳେ ଡିଏମକେ ଦଳର ପାର୍ଥୀ ଭିସି ଚଣ୍ଡିରାକୁମାର ୭୪.୭ ପ୍ରତିଶତ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି।