ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Delhi Assembly Election: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୧୧୦୦ ମାମଲା ରୁଜୁ

Published By : Tapas Panda | February 7, 2025 4:49 PM

Image Courtesy: indiatvnews

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ଭୋଟ୍‌ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି (MCC) ଉଲ୍ଲଂଘନ ଅଭିଯୋଗରେ ପୋଲିସ ୧୧୦୦ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏହି ମାମଲାରେ ଏବେ ସୁଦ୍ଧା ୩୫ ହଜାରରୁ ଅଧିକ ଲୋକଙ୍କୁ ଗିରଫ କିମ୍ବା ଅଟକ ରଖିଛି ପୋଲିସ । ଏନେଇ ଶୁକ୍ରବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏମସିସି ଲାଗୁ ହେବା ପରେ ଜାନୁଆରୀ ୭ ରୁ ଫେବୃଆରୀ ୬ ମଧ୍ୟରେ ଏହି ମାମଲା ରୁଜୁ କରାଯାଇଛି । 

 ପୋଲିସ ୪୭୭ଟି ବେଆଇନ ବନ୍ଧୁକ ଏବଂ ୫୩୮ ଗୁଳି ଜବତ କରିଛି । ୪୯୯ ଜଣଙ୍କୁ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଗିରଫ କରାଯାଇଛି । ଏହା ସହ ଦିଲ୍ଲୀ ପୋଲିସ ୧,୧୫,୧୦୩ ଲିଟର ମଦ ଜବତ କରିଛି । ପ୍ରାୟ ୭୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୭ କେଜି ଡ୍ରଗ୍ସ, ୧୨୦୦ ରୁ ଅଧିକ ନିଶା ଇଞ୍ଜେକ୍ସନ ଧରାପଡ଼ିଥିବା ବେଳେ ଏହା ସହ ଜଡ଼ିତ ୧୭୯ ଜଣଙ୍କୁ ଗିରଫ କରିଛି ।  ୧୧.୭୦ କୋଟି ଟଙ୍କା ନଗଦ ଏବଂ ୩୭.୩୯ କିଲୋଗ୍ରାମ ରୂପା ମଧ୍ୟ ଜବତ କରାଯାଇଛି । ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନ ପାଇଁ ମତଦାନ ବୁଧବାର ଦିନ ହୋଇଥିଲା ଏବଂ ଭୋଟ୍ ଗଣନା ଶନିବାର (୮ ଫେବୃଆରୀ) ହେବାକୁ ଯାଉଛି । ଏସବୁ ଭିତରେ ଶୁକ୍ରବାର ଆପ୍‌ ବିରୋଧରେ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ଆପ୍‌ର ପ୍ରାର୍ଥୀମାନଙ୍କୁ କିଣିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଥିଲେ କେଜ୍ରିଓ୍ବାଲ ଏବଂ ସଂଜୟ ସିଂହ । ସେପଟେ ନିର୍ଦ୍ଦେଶ ମିଳିବା ପରେ ଏସିବି ଟିମ୍‌ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ପହଞ୍ଚିଛି । 

 ଗୁରୁବାର ଦିନ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ବିଜେପି ୧୬ ଜଣ ଆପ ପ୍ରାର୍ଥୀଙ୍କୁ ନିଜ ପକ୍ଷ୍ୟକୁ ନେବାକୁ ଚେଷ୍ଟା କରୁଛି । ଆପ ପ୍ରାର୍ଥୀମାନଙ୍କୁ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ମନ୍ତ୍ରୀ ପଦ ଏବଂ ପକ୍ଷ ପରିବର୍ତ୍ତନ କଲେ ପ୍ରତ୍ୟେକଙ୍କୁ ୧୫ କୋଟି ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ସମାନ ଅଭିଯୋଗ ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.