ଆଠମଲ୍ଲିକ, ୨୧।୫(ଆପ୍ର): ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ ମାଝିଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଅଧିକାରୀ ମାଧବେସ୍ ମାରାଣ୍ଡି ବଡ଼ହୂଲା ଛକରେ ସକାଳ ଖାନ ତଲାସ ଚଳାଇ ଥିଲେ। ଏହି ସମୟରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ପତ୍ନୀ କନକ ଲତା ଚାନ୍ଦଙ୍କ ଠାରୁ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଏହାସହ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ସ୍କୁଟରକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ମାଧବେସ ମାରାଣ୍ଡିଙ୍କ ସହିତ ବିଶ୍ବରଂଜନ ନାଥ ,ସୌମ୍ୟା ସେଠୀ ଓ ସଂଗ୍ରାମ କେଶରୀ ଦେହୁରୀ ଆଦି ସାମିଲ ଥିଲେ।