ଅନୁଗୁଳ,୧୯।୫ (ବ୍ୟୁରୋ): ଜୈବ ବିବିଧତା ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଏବର୍ଷ ମଧ୍ୟ ଉତ୍ସାହଜନକ ରହିଛି । କ୍ରମାଗତ ପଞ୍ଚମ ବର୍ଷ ପାଇଁ ୨୯ଟି ଛୁଆ ଜନ୍ମ ଦେଇଛି ଘଡ଼ିଆଳ।
ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ମା’ କୁମ୍ଭୀର ଅଣ୍ଡା ଦେଇଥିଲା। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ମୋଟ୍ ୨୯ଟି ଅଣ୍ଡା ଫୁଟି ମା' କୋଳରେ ଖେଳୁଥିବା ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି। ଘଡ଼ିଆଳ ଶାବକ ଠାବ ହେବା ପରେ ମା’ ଘଡ଼ିଆଳ ଓ ତାର ଛୁଆ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବନବିଭାଗ ପକ୍ଷରୁ ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି।