ନୂଆଦିଲ୍ଲୀ,୧୧/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ହେବାକୁ ଥିବା ଏଆଇ ସିମଟରେ ଯୋଗ ଦେବେ । ଏହା ସହିତ ରାଷ୍ଟ୍ରପତି ଇମାନୁଏନ ମାକ୍ରନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ । ଫ୍ରାନ୍ସରୁ ଭର୍ଚୁଆଲରେ ଭାରତ ଶକ୍ତି ସପ୍ତାହ ୨୦୨୫ ଉଦଘାଟନୀ ସମାରୋହକୁ ସମ୍ବୋଧନ କରିଛନ୍ତି । ଆମ ଶକ୍ତି କ୍ଷେତ୍ରରେ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆସନ୍ତା ୨୦ ବର୍ଷ ଭାରତ ପାଇଁ ମହତ୍ତ୍ବପୂର୍ଣ୍ଣ । ଭାରତ କେବଳ ଅଭିବୃଦ୍ଧି ନୁହେଁ ବିକାଶକୁ ମଧ୍ୟ ଆଗେଇ ନେଇଛି ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଇଣ୍ଡିଆ ଏନର୍ଜି ୱିକ୍ ସମାରୋହକୁ ଆଭାସି ଜରିଆରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଶକ୍ତି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭାରତ କେବଳ ଅଭିବୃଦ୍ଧି ନୁହେଁ ବିକାଶକୁ ମଧ୍ୟ ଆଗେଇ ନେଇଛି । ଏଥିପାଇଁ ଆମ ଶକ୍ତି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ସୁଧାର ଆସିଛି । ବିକଶିତ ଭାରତ ପାଇଁ ଆଗାମୀ ୨୦ ବର୍ଷ ଆମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏନର୍ଜି କ୍ଷେତ୍ରରେ ଭାରତର ଅନେକ ସମ୍ଭାବନା ରହିଛି । ଆଗାମୀ ୫ ବର୍ଷ ବହୁ ମାଇଲଖୁଣ୍ଟ ହାତେଇବାକୁ ଯାଉଛୁ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର ଶକ୍ତି ମହତ୍ବାକାଂକ୍ଷା ୫ଟି ସ୍ତମ୍ଭ ଉପରେ ଛିଡା ହୋଇଛି । ପ୍ରଥମ ଆମ ପାଖରେ ସମ୍ବଳ ଅଛି, ଯାହାକୁ ଆମେ ବ୍ୟବହାର କରୁଛୁ ।ଦ୍ବିତୀୟତଃ- ଆମେ ଆମର ବ୍ରିଲିଆଣ୍ଟ ମାଇଣ୍ଡକୁ ଇନୋଭେଟ୍ କରିବା ପାଇଁ ପ୍ରୋତ୍ସାହିତ କରୁଛୁ । ତୃତୀୟ ଆମର ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ଅଛି । ଚତୁର୍ଥ-ଭାରତ ପାଖରେ ଏକ ରଣନୈତିକ ଭୌଗୋଳିକ ସ୍ଥିତି ଅଛି ଯାହା ଶକ୍ତି ବାଣିଜ୍ୟକୁ ଅଧିକ ଆକର୍ଷଣୀୟ ଏବଂ ସହଜ କରିଥାଏ । ପଞ୍ଚମରେ ଭାରତ ବିଶ୍ବସ୍ତରୀୟ ସ୍ଥିରତା ପ୍ରତି ପ୍ରତିବଦ୍ଧ ଯାହା ଶକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା ଆଣିଛି ।