ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଭାରସାମ୍ୟ ହରାଇ ଘାଟୀରେ ଓଲଟିଲା ପିକଅପ୍ ଭ୍ୟାନ୍ : ୧୬ ଆହତ, ୩ ଗୁରୁତର

Published By : Prameya | February 18, 2025 1:58 PM

ଭୁବନେଶ୍ଵର, ୧୮/୦୨ : ଭାରସାମ୍ୟ ହରାଇ ଘାଟୀରେ ଓଲଟିଲା ପିକଅପ୍ ଭ୍ୟାନ୍। ୧୬ ଆହତ, ୩ ଜଣ ଗୁରୁତର। ବୈପାରୀଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ କୁମ୍ଭୀଖରୀ ଘାଟୀରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, କୁମ୍ଭୀଖରୀ, ମଧୁପୁର, ମାଡୁକୁ, ଆମଗନ୍ଦଲି ଆଦି ଗାଁରୁ ପ୍ରାୟ ୬୦ ଜଣ ଏକ ପିକଅପ୍ ଭ୍ୟାନ୍ ଯୋଗେ ରାମଗିରି ସାପ୍ତାହିକ ହାଟକୁ ଆସୁଥିଲେ। କୁମ୍ଭୀଖାରି ଘାଟୀରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ସମସ୍ତ ଯାତ୍ରୀ ଗାଡିରୁ ଛିନଛତ୍ର ହୋଇ ଛିଟିକି ପଡିଥିଲେ। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ବିଏସଏଫ୍ ଯବାନ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ବୈପାରୀଗୁଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖୁମ୍ଭିକରୀର ନର୍ସିଙ୍ଗ ଗାଦାବା, ମାଡୁକୁ ଗାଁର ଅଜୁର୍ନ ଭୂମିଆ ଏବଂ ମଧୁପୁର କୁସୁମା ସଗରିଆ। 

ଏହି ଖବରଟିକୁ ପଢନ୍ତୁ-ମଦ ପିଇବାକୁ ଟଙ୍କା ମାଗିଲା... ନଦେବାରୁ ଜେଜେମାଆ ତଣ୍ଟିରେ ଚଢିଗଲା ନାତି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.