ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଯାଜପୁରରୋଡ୍‌ ଡାକ୍ତରଖାନାରେ ଅଭାବନୀୟ ଘଟଣା: ଦାନ୍ତ ଡାକ୍ତରଙ୍କୁ ମାଡ଼ ମାରିଲେ ଫାର୍ମାସିଷ୍ଟ୍‌, ଥାନାରେ ଉଭୟଙ୍କ ଏତଲା

ବ୍ୟାସନଗର,୨୧/୦୬: ଚିକିତ୍ସାଜନିତ ଅବହେଳା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଯାଜପୁରରୋଡ୍‌ ଡାକ୍ତରଖାନାରେ ଗୁରୁବାର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦାନ୍ତ ଡାକ୍ତରଙ୍କ ହାତ ମୋଡ଼ି ଜଣେ ଫାର୍ମାସିଷ୍ଟ ଧକ୍କା ମାରିଥିବାର ଅଭିଯୋଗ ଥାନାରେ ପହଞ୍ଚିଛି । ଉଭୟ ପକ୍ଷଙ୍କ ଏତଲା ଆଧାରରେ ଯାଜପୁରରୋଡ୍‌ ଥାନାରେ  ଦୁଇଟି ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ  କରିବା ସହ ଡାକ୍ତରଖାନାର ସିସିଟିଭିକୁ ଯାଞ୍ଚ କରୁଛି ।  

ଅଭିଯୋଗ ମୁତାବକ, ଯାଜପୁରରୋଡ୍‌ ଡାକ୍ତରଖାନାରେ  ନିଯୁକ୍ତ ଦାନ୍ତ ଡାକ୍ତର ଶୁଭଲକ୍ଷ୍ମୀ ରଥ ବସୁଥିବା କୋଠରୀରେ  କିଛି ଦିନ ହେବ ତାଲା ପକାଯାଉଛି । ରୋଗୀଙ୍କୁ ଚିକିତ୍ସା  ଯୋଗାଇବାରେ ଅସୁବିଧା ଭୋଗୁଥିବା ଡା. ରଥ ଉପରିସ୍ଥ  ଅଧିକାରୀଙ୍କୁ ଜଣାଇବା ପରେ ସଂପୃକ୍ତ କୋଠରୀକୁ  ଖୋଲାଯାଉଥିଲା । ଗୁରୁବାର ମଧ୍ୟ ସଂପୃକ୍ତ କୋଠରୀରେ  ତାଲା ପଡ଼ିଥିଲା । ଫଳରେ ଡା. ରଥଙ୍କ ନିକଟକୁ ଆସିଥିବା  ଜଣେ ଦାନ୍ତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧା ହୋଇଥିଲା ।  ଫଳରେ ଡା. ରଥ ଡାକ୍ତରଖାନା ଫାର୍ମାସିଷ୍ଟ ପ୍ରଜ୍ଞାପରମିତା  ସାହୁଙ୍କୁ କାହିଁକି ଜରୁରିକାଳୀନ କୋଠରୀରେ ତାଲା ପକାଇଛ  ବୋଲି ପ୍ରଶ୍ନ କରିଥିଲେ । ଏହା ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି  ନୁହେଁ, ଏହା ରୋଗୀଙ୍କୁ ଚିକିତ୍ସା ଯୋଗାଇବାର ସ୍ଥାନ । ତେଣୁ  ଡାକ୍ତରଖାନା ଖୋଲାଥିବା ବେଳେ ସଂପୃକ୍ତ କୋଠରୀରେ  କାହିଁକି ତାଲା ପଡ଼ିଛି ବୋଲି ଡା. ରଥ ପ୍ରଶ୍ନ କରିଥିଲେ ।  ଯୁକ୍ତିତର୍କ ଧୀରେ ଧୀରେ ଉଗ୍ର ରୂପ ହୋଇଥିଲା । 

ଫାର୍ମାସିଷ୍ଟ  ଶ୍ରୀମତୀ ସାହୁ ଉତ୍ତ୍ୟକ୍ତ ହୋଇ ଡା. ରଥଙ୍କ ହାତକୁ ମୋଡ଼ି  ଧକ୍କା ମାରିବା ସହ ରୁମ୍‌ରୁ ବାହାର କରିଦେଇଥିଲେ । ଯାହାକୁ  ନେଇ ଡା. ରଥ ଯାଜପୁରରୋଡ୍‌ ଥାନାରେ ଏତଲା ଦେଇଛନ୍ତି ।  ଫାର୍ମାସିଷ୍ଟ ଶ୍ରୀମତୀ ସାହୁ କହିଛନ୍ତି, ଡା. ରଥ କାହିଁକି  ତାଲା ପକାଇଛ, ଏହା କ’ଣ ତୁମ ବାପାଙ୍କ ସମ୍ପତ୍ତି କି  ବୋଲି ସେ ପ୍ରଶ୍ନ କରିବା ସହିତ ଖରାପ ବ୍ୟବହାର  କରିଥିଲେ । ଉପରିସ୍ଥ ଅଧିକାରୀଙ୍କ ପରାମର୍ଶ କ୍ରମେ  ଜରୁରିକାଳୀନ ରୁମ୍‌ରେ ତାଲା ପଡ଼ିଥିଲା । ଦାନ୍ତ  ଡାକ୍ତରଙ୍କୁ ମିଳିଥିବା କୋଠରୀରେ ସେ ବସୁନଥିବା  ବେଳେ ଜାଣିଶୁଣି ଏଭଳି ଘଟଣା ଭିଆଇଥିଲେ ।  ଯାହାକୁ ନେଇ ମୁଁ ଥାନାରେ ଏତଲା ଦେଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.