ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନିର୍ମାଣ ହେଉନି ପୋଲ, ଶବ ସତ୍କାର ନିମନ୍ତେ ହେବାକୁ ପଡୁଛି ନଦୀ ପାର

ଚନ୍ଦାହାଣ୍ଡି,୨୦।୭:  ଚନ୍ଦାହାଣ୍ଡି ବ୍ଲକ  ଅଧିନସ୍ଥ ମୋହରା ନିକଟସ୍ଥ କୁକୁର ଜୋର ନାଳରେ ପୋଲ ନିର୍ମାଣ ପାଇଁ  ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁ ନାହିଁ  । ଯାହା ଫଳରେ ମୁସଲିମ ସଂପ୍ରଦାୟର ଲୋକେ ଶବ ସତ୍କାର ନିମନ୍ତେ ଛାତି ଭରା ପାଣିରେ ନଦୀ ପାରି ହୋଇ ଯାଉଛନ୍ତି ।  

ପ୍ରକାଶ ଥାଉକି ଉକ୍ତ ନାଳ ଦେଇ ସାଲେବିଡି, ବାବୁରିଆ ଆଦି ଗ୍ରାମର ଲୋକେ ଯାତାୟତ କରନ୍ତି।   ଉକ୍ତ ନାଳ ଆରପାରିରେ ମୁସଲିମ ସମାଜର କବରସ୍ତାନ  ଏବଂ   ହିନ୍ଦୁ ଧର୍ମାବଳମ୍ବୀଙ୍କ ଶ୍ମଶାନ ରହି ଥିବାରୁ ବର୍ଷା ଦିନେ କାହାର ଦେହାନ୍ତ ହୋଇଗଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ଦିନେ ନାଳରେ  ଛାତିଏ  ଉଚ୍ଚର ପାଣି ପାରି ହୋଇ ଶବ ନେଇ ଯାଇଥାନ୍ତି । ବହୁବାର ଶବ ସତ୍କାର ସମୟରେ ଅଘଟଣ ମଧ୍ୟ ଘଟିଛି । ଆଜି ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ବୋରିଗୁଡା  ଗ୍ରାମର  ଜନୈକ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କ ମତ୍ୟୁ ହୋଇଥିଲା।   ନଦୀରେ ବଢି ପାଣି ଆସିଥିବାରୁ ଲୋକମାନେ  ମୃତଦେହ ଧରି  ଭରା ନଇଁ ପାରି ହୋଇ   ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି । 

ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ମୋହରା ସୁନ୍ନୀ ମୁସଲିମ କମିଟି ତରଫରୁ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଇଥିଲେ ହେଁ ପଦକ୍ଷେପ ନିଆଯାଉ ନାହିଁ।   ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ବହୁ ବାର ମୁସଲିମ ସଂପ୍ରଦାୟ ତରଫରୁ  ଅବଗତ କରାଇବା ପରେ  ଦୁଇ ବର୍ଷ ପୂର୍ବେ ପୋଲ ନିର୍ମାଣ ନିମନ୍ତେ   କୁକୁର ଜୋର ନାଳ ପରିଦର୍ଶନରେ ଯାଇଥିଲେ ।   ଚାରିଆଡେ ବୁଲି ଦେଖିବା ସହ ଉକ୍ତ ନାଳ ଉପରେ ପୋଲ ନିର୍ମାଣ ସହ  ନଦୀ ପାଣିରେ କୂଳ ଖାଉଥିବା ସ୍ଥାନରେ ଗାର୍ଡ ଓ୍ବାଲ ନିର୍ମାଣ କରାଇବା ନିମନ୍ତେ ଆଇ.ଟି.ଡି.ଏ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟ କରାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଇବେ ଏବଂ  ଖୁବ୍ ଶିଘ୍ର ନାଳ ଉପରେ ପୋଲ ନିର୍ମାଣ କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ହୋଇ ପାରିଲାନି ।  ପ୍ରଶାସନ ତଥା ନବନିର୍ବାଚିତ ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି  ଦେଇ ଏହି ନାଳ ଉପରେ ପୋଲ ନିର୍ମାଣ କରିବାକୁ ମହରା ମୁସଲିମ ସମାଜ ତରଫରୁ  ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.