ସାନଖେମୁଣ୍ଡି , ୨୧/୩ : ସରକାରୀ ଟଙ୍କାରେ ଜୁଆ ଖେଳିବା ପଡ଼ିଲା ମହଙ୍ଗା । ସାମ୍ନାକୁ ଆସିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ PEOଙ୍କ କଳା କାରନାମା । ସରକାରୀ ଟଙ୍କାରେ କରୁଥିଲେ ମଉଜ । ରାଧାଦେଇପୁର ପଞ୍ଚାୟତ PEO କ୍ଷେତ୍ରମୋହନ ନାୟକଙ୍କ ।
୪୩ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେ ଏହି ଟଙ୍କାକୁ କ୍ରିକେଟ ଏବଂ ଗେମିଂ ଆପରେ ଲଗାଇଥିବା ଜଣାପଡ଼ିଛି । ଯାହା ପରେ ସେ ଏବେ ବନ୍ଧା ହୋଇଛନ୍ତି । ଜାଲ ଦସ୍ତଖତ କରି ପଞ୍ଚାୟତର CFC, SFC, PDS ଏବଂ OAP ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ PEO କ୍ଷେତ୍ରମୋହନ । ୪୩ଲକ୍ଷ ଟଙ୍କାକୁ ନିଜର ଆକ୍ସିସ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କକୁ ଆଣି ଗେମିଂ ଆପରେ ଲଗାଇଥିଲେ ।