ଭୁବନେଶ୍ବର ୧୮/୦୨: ପିସିସି ସଭାପତି ଭକ୍ତ ଦାସ ଆହତ। ତଳେ ପଡିଯାଇ ଆହାତ ହେଲେ ଭକ୍ତ ଦାସ। ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡିଯାଇଥିଲେ। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଯାହାପରେ ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ । ଏହିକ୍ରମରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହାପରେ ସେ ଆହାତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।