ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପଙ୍କଜ ଲୋଚନ ମହାନ୍ତି ହେବେ ଓସିଏ ସଭାପତି

Published By : Prameya | February 15, 2025 9:50 PM

କଟକ, ୧୫।୨ : ପଙ୍କଜ ଲୋଚନ ମହାନ୍ତି ହେବେ ଓସିଏ ସଭାପତି । ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ପଙ୍କଜ । ସେଥିପାଇଁ ସେ ନିର୍ଦ୍ବନ୍ଦରେ   ନିର୍ବାଚିତ ହେବେ। ଆସନ୍ତା ୨୩ ତାରିଖରେ ହେଵ ଓସିଏ କାଉନସିଲ ନିର୍ବାଚନ। ବର୍ତ୍ତମାନ ପଙ୍କଜ କାର୍ଯ୍ୟକାରୀ ସଭାପତି ଅଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦବୀ ଖାଲି  ରହିଥିଲା।  

ସୂଚନାଯୋଗ୍ୟ ଯେ, ଗତ ୨୦୨୨ ନଭେମ୍ବରରେ ହୋଇଥିବା ନିର୍ବାଚନରେ  ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)   ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବବିଙ୍କ କାର୍ଯ୍ୟକାଳ ଆଗାମୀ ୨୦୨୫ ନଭେମ୍ୱରରେ ଶେଷ ହୋଇଥାନ୍ତା ।  ତାହା ପୂର୍ବରୁ ବବି ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ।  ନିଜର ବ୍ୟକ୍ତି ଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ବବିଙ୍କ ଇସ୍ତଫା ପରେ ଉପସଭାପତି ଥିବା ପଙ୍କଜ ଲୋଚନ ଦାସ ଅସ୍ଥାୟୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.