ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଆତଙ୍କବାଦୀ ତହବୁର ରାଣା ଭାରତ ଫେରିବା ପରେ ପ୍ରାଥମିକ ପ୍ରତିକ୍ରିୟା ରଖିଲା ପାକିସ୍ତାନ, ଜାଣନ୍ତୁ କହିଲା କ’ଣ…

Published By : Prameya | April 10, 2025 4:42 PM

ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଦୀର୍ଘ ୧୭ ବର୍ଷ ପରେ ଭାରତ ଫେରିଛି । ତେବେ ପ୍ରତ୍ୟର୍ପଣ ସମ୍ପର୍କରେ ପାକିସ୍ତାନର ପ୍ରଥମ ବୟାନ ଆସିଛି। ପାକିସ୍ତାନ ତହବୁର ରାଣାଙ୍କ ଠାରୁ ନିଜକୁ ଦୂରେଇ ରଖିଛି। ତହବୁର୍ ରାଣା ଗତ ଦୁଇ ଦଶନ୍ଧି ଧରି ତାଙ୍କର ପାକିସ୍ତାନୀ ଡକ୍ୟୁମେଣ୍ଟ ନବୀକରଣ କରିନାହାଁନ୍ତି। ତାଙ୍କ ପାଖରେ କାନାଡିଆନ ନାଗରିକତା ସ୍ପଷ୍ଟ ହିଛି । ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ଭିଡିଓ ବିବୃତ୍ତିରେ ଏହି ପ୍ରତିକ୍ରିୟା ରଖିଛି। 

ଏବେ ତହବୁର ରାଣାକୁ ଭାରତ ଅଣାଯାଇଥିବାରୁ, ପାକିସ୍ତାନ ରାଣା ଠାରୁ ନିଜକୁ ଦୂରେଇ ରଖୁଛି, କାରଣ ତହବୁର ରାଣା ପାକିସ୍ତାନୀ ସେନା, ISIର ଜଣେ ଭିତରର ବ୍ୟକ୍ତି। ଆତଙ୍କବାଦୀ ରାଣା ଏବେ ମୁମ୍ବାଇ ୨୬/୧୧ ଆକ୍ରମଣର ଷଡ଼ଯନ୍ତ୍ରରେ ପାକିସ୍ତାନର ସିଧାସଳଖ ଭୂମିକାକୁ ପ୍ରକାଶ କରିବ।

ତଦନ୍ତକାରୀ ସଂସ୍ଥାର ଅଧିକାରୀ ମାନେ କହିଛନ୍ତି ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ଭୂମିକା ଜାଣିବା ପାଇଁ ରାଣାଙ୍କୁ ପଚରାଉଚରା କରାଯିବ। ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ପଚରାଉଚରା ପାଇଁ NIA ହେପାଜତକୁ ନିଆଯାଇ ପାରିବ। ରାଣାଙ୍କୁ ପଚରାଉଚରା ସମୟରେ କିଛି ନୂତନ ଖୁଲାସା ମଧ୍ୟ ହୋଇପାରେ। ଏହା ବିଶ୍ୱାସ କରାଯାଉଛି ଯେ ଅଧିକାରୀ ମାନେ ତାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖିବାର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି।

ଏନଆଇଏ ୧୧ ନଭେମ୍ବର ୨୦୦୯ରେ ରାଣା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଥିଲା। ରାଣା ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା (ଏଲଇଟି) ଏବଂ ହରକତ-ଉଲ ଜିହାଦୀ ଇସଲାମି (ଏଚୟୁଜେଆଇ)ର ସଦସ୍ୟ ମାନଙ୍କ ସହ ମିଶି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଛଅ ଜଣ ଆମେରିକୀୟଙ୍କ ସମେତ ମୋଟ ୧୬୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ଗୁଡ଼ିକ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.