ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଭାରତ ଆଗରେ ଆଣ୍ଠେଇଲା ପାକିସ୍ତାନ, କାଶ୍ନୀର ସମସ୍ୟକୁ ନେଇ କରିବାକୁ ଚାହୁଁଛି ଶାନ୍ତି ବୁଝାମଣା

Published By : Bijay Swain | February 5, 2025 10:51 PM

Iamge courtesy: indiatoday

ନୂଆଦିଲ୍ଲୀ: ଶେଷରେ ଆଣ୍ଠେଇଲା ପାକିସ୍ତାନ। ଭାରତ ସହ ଆଉ ପଙ୍ଗା ନେବାକୁ ଚାହୁଁନି ଏହି ଶତ୍ରୁଦେଶ। ଭାରତ ସହ ଥିବା ସମସ୍ତ ସମସ୍ୟର ଅନ୍ତ ଚାହୁଁଛି ପାକିସ୍ତାନ। ବୁଧବାର ଭାରତକୁ ସମ୍ୱୋଧନ କରି କିଛି ଏପରି ଘୋଷଣା କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। 

ସୂଚନା ମୁତାବକ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ସମର୍ଥନ କରିବା ପାଇଁ ପାକିସ୍ତାନରେ "କାଶ୍ମୀର ସଂହତି ଦିବସ" ନାମରେ ଏକ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷର କାର୍ଯ୍ୟକ୍ରମ ମୁଜାଫରାବାଦରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଇ ପାକିସ୍ତାନ ଭାରତ ସହ କଥାବର୍ତ୍ତା କରି ସବୁ ସମସ୍ୟାର ସମାଧାନ ଚାହୁଁଛି ବୋଲି ସରିଫ ଭାରତ ପାଇଁ ଏହି ଶାନ୍ତି ପ୍ରସ୍ତାବ ରଖିଛନ୍ତି। 

“ଭାରତ ଅଗଷ୍ଟ ୫, ୨୦୧୯ରେ ନେଇଥିବା ନିଷ୍ପତି ଉପରେ ଆଉଥରେ ବିଚାର କରିବାର ଆବଶ୍ୟକତା ରହିଛି। ଜମ୍ମୁକାଶ୍ମିର ମାମଲା ଜାତିସଂଘରେ ବିଚାରଧିନ ରହିଛି। ଏହି ନିଷ୍ପତ୍ତି ଆସିବା ଯାଏ ଭାରତ ଏହା ଉପରେ ଚିନ୍ତା କରୁ” ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଭାରତ ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟେଇଥିବାରୁ ଏହାକୁ ଲକ୍ଷ କରି ନିଜ ମନ୍ତବ୍ୟ ଦେଇଛନ୍ତି ସରିଫ। ତେବେ ଭାରତ ଇସଲାମାବାଦ୍ କୁ ଜମ୍ମୁକାଶ୍ମୀର ଓ ଲଦାଖ ଅଞ୍ଚଳକୁ ଦେଶର ଅବ୍ୟଚ୍ଛେଦ ଅଙ୍ଗ ବୋଲି କହିଆସିଛି। 

ସରିଫ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନର ତିକ୍ତ ସମ୍ପର୍କକୁ ସଜାଡ଼ିବା ପାଇଁ ଏକମାତ୍ର ଉପାୟ ହେଉଛି ଆଲୋଚନା। ୧୯୯୯ ମସିହାରେ ଲାହୋର ଚୁକ୍ତିପତ୍ରରେ ଉଲ୍ଲେଖ କରାଯାଇଥିବା ନିୟମାବଳୀକୁ ଧ୍ୟାନରେ ରଖି ଦୁଇଦେଶକୁ ନିଷ୍ପତ୍ତି ଗ୍ରହଣ କରିବାକୁ ପଡିବ। ସୂଚନା ମୁତାବକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ଗସ୍ତ ସମୟରେ ଏହି ଚୁକ୍ତି ସ୍ୱାକ୍ଷରିତ କରିଥିଲେ।

ପାକିସ୍ତାନ ଅନେକ ଥର ଜମ୍ମୁକାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠେଇବାକୁ ଚେଷ୍ଟା କରିଛି। କିନ୍ତୁ ଏହା ଦୁଇଦେଶର ଅନ୍ତରୀଣ ମାମଲା ହୋଇଥିବାରୁ ପାକିସ୍ତାନ ଜାତିସଂଘରେ ବିଶେଷ ସମର୍ଥନ ପାଇପାରି ନାହିଁ। ଶେଷରେ ପାକିସ୍ତାନ ଭାରତ ସହ ଶାନ୍ତି ବୁଝାମଣା କରିବାକୁ ଚାହୁଁଛି ବୋଲି ସରିଫ ନିଜ ଭାଷଣରେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.