ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Modi US visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ, ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପିଏମ୍

Published By : Bijay Swain | February 5, 2025 11:35 PM

Image courtesy: amarujala

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ହ୍ୱାଇଟ ହାଉସ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏନେଇ ବୁଧବାର ହ୍ୱାଇଟ ହାଉସର ଜଣେ ଅଧିକାରୀ ଏହା ସୂଚନା ଦେଇଛନ୍ତି। ପ୍ରଥମେ ପ୍ୟାରିସରେ ଏଆଇ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବା ପରେ ପିଏମ ମୋଦୀ ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ୱାଶିଂଟନ୍ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। 

ସୂଚନା ମୁତାବକ ଜାନୁଆରୀ ୨୭ ରେ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଥିଲା। ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପର କିଛି ଦିନ ପରେ ପିଏମ୍ ମୋଦୀଙ୍କୁ ହ୍ୱାଇଟ ହାଉସ୍ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଦିଆଯାଇଛି। ଆମେରିକାର ବାୟୁସେନା ବିମାନ ୧୦୪ ବେଆଇନ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ପହଞ୍ଚିବାର କିଛି ସମୟ ପରେ ହ୍ୱାଇଟ ହାଉସ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରଠାରୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଆମେରିକା ସରକାରଙ୍କ ନିମନ୍ତ୍ରଣ କ୍ରମେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଟ୍ରମ୍ପଙ୍କ ପାଇଁ ଏକ ଚିଠି ନେଇଯାଇଥିଲେ। ତେବେ ମୋଦୀ ଟ୍ରମ୍ଫଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତି ପରେ ବିଭିନ୍ନ କାରଣରୁ ଏହାକୁ ବଦଳାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.