ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଅମୃତସରରେ ପହଞ୍ଚିଲା ଆମେରିକୀୟ ସେନା ବିମାନ

Published By : Bijay Swain | February 5, 2025 5:18 PM

Image courtesy: maktoobmedia

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ସମ୍ଭାଳିବାର ସପ୍ତାହେ ମଧ୍ୟରେ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଟ୍ରମ୍ପ ଦେଶାନ୍ତର କରିଛନ୍ତି। ବୁଧବାର ଆମେରିକାର ଏକ ସାମରିକ ବିମାନରେ ୧୩ଜଣ ଶିଶୁଙ୍କ ସହ ମୋଟ୍ ୧୦୪ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସର ବିମାନ ବନ୍ଦରରେ ଅବତରଣ କରିଛନ୍ତି। 

ମଙ୍ଗଳବାର ସମସ୍ତ ଯାତ୍ରୀଙ୍କୁ ନେଇ ଏକ ସି୧୭ ଆମେରିକୀୟ ସାମରିକ ବିମାନ ଟେକ୍ସସରେ ଥିବା ସାନ ଆଣ୍ଟୋନିଓ ବିମାନବନ୍ଦରରୁ ଅମୃତସର ଅଭିମୁଖେ ଉଡାଣ ଭରିଥିଲା। ବୁଧବାର ମଧ୍ୟାହ୍ନ ୧ଟା ୫୯ରେ ଅମୃତସରରେ ଥିବା ଶ୍ରୀ ଗୁରୁ ରାମ ଦାସ ଜୀ ଇଣ୍ଟରନେସନାଲ ଏୟାରପୋର୍ଟରେ ଏହି ବିମାନଟି ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ପାଛୋଟି ନେବାକୁ ସ୍ଥାନୀୟ ଅଧିକାରୀ ଓ ପୋଲିସ ପ୍ରସ୍ତୁତ ହୋଇ ରହିଥିଲେ। ଆମେରିକୀୟ ଦୁତାବାସରୁ ଜଣେ ପ୍ରତିନିଧି ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। 

ବିମାନରେ ଥିବା ୧୦୪ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ହରିୟାନା ଓ ଗୁଜୁରାଟରୁ ୩୩ ଜଣ ଯାତ୍ରୀ ଥିବା ବେଳେ ପଞ୍ଜାବରୁ ୩୦ ଜଣ ଯାତ୍ରୀ ରହିଛନ୍ତି। ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୩ଜଣ ଲେଖାଏଁ ଥିବା ବେଳେ ଚଣ୍ଡିଗଣରୁ ୨ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ମେକ୍ସିକୋ ବୋର୍ଡର ନିକଟରୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି। 

ପ୍ରଥମେ ବାରତକୁ ୨୦୦ ଜଣ ପ୍ରବାସୀ ଫେରୁଛନ୍ତି ବୋଲି ଜଣାପଡିଥିଲା। କିନ୍ତୁ ପରେ ୧୦୪ ଜଣ ପ୍ରବାସୀ ଭାରତୀୟ ଫେରିଥିବା ନେଇ ସ୍ପଷ୍ଟ ହୋଇଥିଲା। ତେବେ ଫେରିଥିବା ସମସ୍ତ ଭାରତୀୟ ପ୍ରବାସୀଙ୍କ ମଧ୍ୟରୁ କେହି ବି ଅପରାଧୀ ନୁହନ୍ତି। ଫେରିଥିବା ସମସ୍ତ ନାଗରିକ ଆଇନଗତ ଉପାୟରେ ଦେଶ ମଧ୍ୟକୁ ପ୍ରବେଶ ନକରି ‘ଡଙ୍କି ରୁଟ’ର ବ୍ୟବହାର କରିଥିଲେ। ଯେଉଁଥିପାଇଁ ସମସ୍ତ ପ୍ରବାସୀଙ୍କୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରାଯାଉଛି ବୋଲି ଉପସ୍ଥିତ ଥିବା ଆମେରିକୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.