ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ବିସ୍ପୋରକ ବୟାନ। ଏକ ସଭାରେ ଯୋଗ ଦେଇ ସେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଥିବା ଫରକକୁ ଦେଶର ପ୍ରତିଟି ଛୁଆ ଜାଣିବା ଦରକାର ବୋଲି କହିଛନ୍ତି। ଏହା ସହ ଦେଶର ଗଠନ ସମ୍ପର୍କରେ ନିଜ ପିଲାମାନଙ୍କୁ ଜଣାଇବା ପାଇଁ ସେ ଦେଶବାସିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ମୁନୀର ଦୁଇ ଦେଶ ନୀତି ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯେଉଁଥିପାଇଁ ୧୯୪୭ ମସିହାରେ ପାକିସ୍ଥାନ ଭାରତଠୁ ଅଲଗା ହୋଇ ଏକ ଦେଶର ମାନ୍ୟତା ପ୍ରାପ୍ତ କରିଥିଲା। ଏହା ସହ ଭାରତ ପାକିସ୍ତାନ ଓ ବଲୁଚିସ୍ତାନରେ ଆତଙ୍କବାଦ ବଢାଉଛି ବୋଲି ସେ କହିଛନ୍ତି।
ୟୁଏନରେ କାଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ଘେରିବାର ଗୋଟିଏ ଦିନ ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭାରତ କାଶ୍ମୀରକୁ ନିଜର ଅବ୍ୟଚ୍ଛେଦ ଅଙ୍ଗ କହିବା ସହ ପାକିସ୍ତାନ ଏହାକୁ ଝୋର ଜବରଦସ୍ତ କବ୍ଜା କରିନେଇଛି ବୋଲି ମଙ୍ଗଳବାର ୟୁଏନରେ କହିଥିଲା। ବୁଧବାର ଦିନ ପ୍ରବାସୀ ପାକିସ୍ତାନୀଙ୍କ ପାଇଁ ହେଉଥିବା ଏକ ସମ୍ମିଳନୀରେ ଯୋଗ ଦେଇ ଜେନେରାଲ ମୁନୀର କହିଥିଲେ ଯେ “ସମସ୍ତ ଦୃଷ୍ଟିକୋଣରୁ ଆମେ ହିନ୍ଦୁ ମାନଙ୍କଠୁ ଉନ୍ନତ ବୋଲି ଆମ ପୂର୍ବ ପୁରୁଷମାନେ ବିଶ୍ୱାସ କରୁଥିଲେ। ଆମ ଧର୍ମ, ପୋଷାକ, ଚାଲିଚଳନ, ଚିନ୍ତାଧାରା ଓ ଆମ ଲକ୍ଷ ସେମାନଙ୍କଠୁ ବହୁତ ଭିନ୍ନ। ଏଇଠୁ ହିଁ ଦୁଇ ଦେଶର ସୃଷ୍ଟି ହେବାପାଇଁ କଥା ଆଗେଇଥିଲା। ଆଉ ଆମେ ସେଷରେ ଗୋଟିଏ ରାଷ୍ଟ୍ରରେ ନରହି ଦୁଇଟି ଅଲଗା ଅଲଗା ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲୁ।”
ଏହି ସମ୍ମିଳନିରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଉପସ୍ଥିତ ଥିଲେ। ତେବେ ଜେନେରାଲ ମୁନିର ଆହୁରି କହିଥିଲେ ଯେ “ଆପଣମାନେ ଆପଣଙ୍କ ପିଲାମାନଙ୍କୁ ପାକିସ୍ତାନ କିପରି ଗଠନ ହୋଇତିଲା ତାହା କହିବାକୁ ଭୁଲନ୍ତୁ ନାହିଁ। ଆମ ପୁର୍ବ ପୁରୁଷମାନେ ଏଥିପାଇଁ ବହୁ ବଳିଦାନ ଦେଇଛନ୍ତି। ଆଉ ଆମେମାନେ ମଧ୍ୟ ଆମ ଦେସ ପାଇଁ ଅନେକ ବଳିଦାନ ଦେଇଛେ। ମୋର ପ୍ରିୟ ଭାଇ ଓ ଭଉଣୀ ଏବଂ ପୁଅ ଓ ଝିଅ, ଦୟାକରି କେହିବି ଯେମିତି ଏ କାହାଣୀ ନଭୁଲିଯାଆନ୍ତି।”
୧୯୪୦ ଦଶକରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ଦୁଇ-ରାଷ୍ଟ୍ର ତତ୍ତ୍ୱର ଯୁକ୍ତି ଦେଇଥିଲେ। ଏହି ଯୁକ୍ତି ଆଧାରରେ ମୁସଲମାନ ଏବଂ ହିନ୍ଦୁମାନେ ପୃଥକ ରାଷ୍ଟ୍ର ଗଠନ କରିଥିଲେ। ଏହି ଆଧାରରେ, ଜିନ୍ନା ମୁସଲମାନମାନଙ୍କ ପାଇଁ ଏକ ପୃଥକ ଦେଶର ଆବଶ୍ୟକତାକୁ ସମର୍ଥନ କରିଥିଲେ। ଏହି ବିଚାରଧାରା ୧୯୪୭ ମସିହାରେ ବ୍ରିଟିଶ ଭାରତର ବିଭାଜନ ଏବଂ ଏକ ମୁସଲିମ ବହୁଳ ଇସଲାମିକ ରାଷ୍ଟ୍ର ଭାବରେ ପାକିସ୍ତାନର ସୃଷ୍ଟିର କାରଣ ହୋଇଥିଲା।
ଇସଲାମିକ ଗଣତନ୍ତ୍ର ଭାବେ ଜନ୍ମ ହୋଇଥିବା ପାକିସ୍ତାନ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି। ପାକିସ୍ତାନରେ ଥିବା ସଂଖ୍ୟାଲଘୁଙ୍କ ଭିତରେ ହିନ୍ଦୁ ମଧ୍ୟ ରହିଛନ୍ତି। ତେବେ ଦଶନ୍ଧି ଦଶନ୍ଦି ଧରି ସେଠାରେ ସଂଖ୍ୟାଲଘୁଙ୍କ ସଂଖ୍ୟାରେ ବହୁଳ ହ୍ରାସ ପରିଲକ୍ଷିତ ହୋଇଛି।
ପିକିସ୍ଥାନ ସେନାମୁଖ୍ୟଙ୍କ ଦୁଇ ଗୋଷ୍ଠୀକୁ ନେଇ ଏଭଳି ଶସ୍ତା ବୟାନବାଜୀ ପରେ ପାକିସ୍ତାନ ସେନା ସେଠାକାର ସଂଖ୍ୟାଲଘୁଙ୍କ ସହ କିପରି ବ୍ୟବହାର କରୁଥିବା ତାହା ସହଜରେ ଅନୁମାନ କରିହେଉଛି। ଏହାଛଡା ନିକଟରେ ହୋଇଥିବା ସର୍ଭେରେ ମଧ୍ୟ ପାକିସ୍ତାନର ନାଗରିକମାନେ ସଂଖ୍ୟାଲଘୁଙ୍କୁ ନାପସନ୍ଦ କରୁଥିବା ଜଣାପଡିଛି। ଏହାଛଡା ସେନାମୁଖ୍ୟଙ୍କ ଏପରି ବୟାନବାଜି ପରେ ପାକିସ୍ତାନର ଭାରତ ପ୍ରତି ଥିବା ଚିନ୍ତାଧାରା ମଧ୍ୟ ସ୍ପଷ୍ଟ ଜଣାପଡୁଛି।