ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପାକିସ୍ତାନ ବିରୁଦ୍ଧରେ ହୋଇପାରେ ଆଉ ଏକ ଏୟାରଷ୍ଟ୍ରାଇକ୍, ସେନା ଟାର୍ଗେଟରେ ପିଓକେରେ ରହିଥିବା ୪୨ ଆତଙ୍କୀ କ୍ୟାମ୍ପ୍…

Published By : Prameya | April 23, 2025 10:01 PM

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହି ସମୟରେ, ସେନା ପିଓକେରେ ୪୨ଟି ଆତଙ୍କବାଦୀ ଶିବିର ଚିହ୍ନଟ କରିଛି। ଆବଶ୍ୟକ ହେଲେ, ଏହି ସବୁ ଶିବିର ଗୁଡ଼ିକୁ ଧ୍ୱଂସ କରାଯିବ ବୋଲି  କୁହାଯାଉଛି। ଏଥିରେ ୧୦ଟି ନର୍ଥ ପୀର ପଂଜାଲ ରେଞ୍ଜ(କାଶ୍ମୀରର ଅନ୍ୟ ପାର୍ଶ୍ୱରେ ପିଓକେରେ) ଏବଂ ୩୨ଟି ସାଉଥ୍ ପୀର ପଞ୍ଜାଳ ରେଞ୍ଜ୍ (ଜମ୍ମୁର ଅନ୍ୟ ପାର୍ଶ୍ୱରେ ପିଓକେରେ) ଅନ୍ତର୍ଭୁକ୍ତ।

ପିଓକେରେ ମୋଟ ୧୧୦ ରୁ ୧୩୦ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ରହିଥିବା ନେଇ ସମ୍ଭାବନା ରହିଛି । ନର୍ଥ ପିର ପଞ୍ଜଲରେ ୩୦ ରୁ ୩୫ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଅଛି। ପିଓକେ(POK)ର ସାଉଥ୍ ପିର ପଞ୍ଜାଲ ଅଞ୍ଚଳରେ ପ୍ରାୟ ୧୦୦ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଅଛି। ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ଅର୍ଥାତ ଆଜି (ବୁଧବାର) ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ବୈଠକ ଅନୁଷ୍ଠିତ ହୋଇଛି । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ, ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିଲେ । ପହଲଗାମ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ ବୈଠକରେ ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କ ଶେଷ କରିବାର ନିଷ୍ପତ୍ତି ନିଆଯାଇଛି । ସିନ୍ଧୁ ଜଳ ଚୁକ୍ତିନାମା ଉପରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.