ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବ ବାଉଁଶ

Published By : Rasmita Pradhan | April 23, 2025 1:35 PM

ଭୁବନେଶ୍ୱର,୨୩/୦୪ : ଲକ୍ଷପତି ଦିଦିଙ୍କୁ ଆହୁରି ସଶକ୍ତ କରିବ ବାଉଁଶ । ଏଥିପାଇଁ ସ୍ଥାନୀୟ ମିଶନ ଶକ୍ତି ଭବନ ଅଡିଟୋରିୟମ ହଲରେ ବାଉଁଶ ଚାଷ ଓ ଜୀବିକା ସୁଯୋଗ ସମ୍ବନ୍ଧୀୟ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଛି । ବାଉଁଶ ଚାଷ ରାଜ୍ୟର ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବୋଲି ମଙ୍ଗଳବାର କର୍ମଶାଳା ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମତ ଦେଇଛନ୍ତି । 

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାଉଁଶ ପ୍ରସ୍ତୁତ ଉତ୍ପାଦର ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବାଉଁଶ ଚାଷଠାରୁ ଆରମ୍ଭ କରି ବାଉଁଶ ଶିଳ୍ପରେ ଲକ୍ଷପତି ଦିଦିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ମହିଳାଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ସେମାନଙ୍କୁ ବାଉଁଶ ଭଳି ଲାଭଜନକ ବ୍ୟବସାୟରେ ସାମିଲ କରି ସେମାନଙ୍କୁ ଉଦ୍ୟୋଗୀ ହେବାର ସ୍ୱପ୍ନ ପୂରଣ କରିବା ନିମନ୍ତେ ଏହିଭଳି କର୍ମଶାଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ମହିଳାଙ୍କ ଦୃଢ ମନୋବଳକୁ ପ୍ରଶଂସା କରି ଉପମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆଜି ସମଗ୍ର ଦେଶରେ ଓଡ଼ିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ପ୍ରଥମ ହୋଇଛି । ଗାଁ ଗାଁରେ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ବିଶେଷ ଭାବରେ ଗ୍ରାମରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ଏବଂ ନିଷ୍ଠାପର ଉଦ୍ୟମ ପାଇଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ । 

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ, ଡୋମେନ୍‌ (କ୍ଷେତ୍ର) ବିଶେଷଜ୍ଞ, ମାଷ୍ଟର ପ୍ରଶିକ୍ଷକମାନଙ୍କ ସହ ଇଣ୍ଡଷ୍ଟ୍ରି ଫାଉଣ୍ଡେସନ୍‌ ପରି ଜାତୀୟ ଅଂଶୀଦାର ସଂସ୍ଥା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବାଉଁଶ ରୋପଣ କୌଶଳ, ଅନ୍ତର୍ଭୁକ୍ତ ଫସଲ ଚାଷ, ମୂଲ୍ୟ ଯୋଗ, ଉତ୍ପାଦ ବିବିଧୀକରଣ, ମୂଲ୍ୟ ନିର୍ଦ୍ଧାରଣ, ଡିଜାଇନ୍‌ ନବୀକରଣ, ବିପଣନ ଏବଂ ରପ୍ତାନୀ ସମ୍ଭାବନା ଉପରେ ଅଧିବେଶନମାନ ଆୟୋଜିତ ହେବ । ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରୋଗ୍ରାମ୍‌ ମ୍ୟାନେଜର୍‌ (ଡିସିଏମ୍‌), ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର୍‌ (ଡିପିସି), ଜୀବିକା ବିଶେଷଜ୍ଞ ଏବଂ କ୍ଲଷ୍ଟର୍‌ ସ୍ତରୀୟ ପ୍ରଶିକ୍ଷକମାନେ ଏହି କର୍ମଶାଳାରେ ଭାଗ ନେଇଥିଲେ । 

ଏହି କବରଟିକୁ ପଢନ୍ତୁ-ରାଜ୍ୟରେ ଗଠନ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.