ପ୍ରମୂଖ ଖବର
  • ଭଦ୍ରକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ୱର : ଶ୍ରୀଜଙ୍ଗ ଗୋପାଳପୁର ରୋଡ୍‌ରେ ଗୁଣ୍ଡାରାଜ୍, ଖଣ୍ଡାରେ ହାଣି ବାଇକ୍‌ ସହ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଚଣ୍ଡିଖୋଲ : ଲୁଟ୍‌ ପାଇଁ ଆସି ମାଆଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଝିଅ ଗୁରୁତର
  • ||
  • ଶନିବାର ପବିତ୍ର ଅଶୋକାଷ୍ଟମୀ, ରଥାରୂଢ଼ ହେବେ ଶ୍ରୀଲିଙ୍ଗରାଜ,ସାଢେ ୩ଟାରେ ରୁକୁଣା ରଥ ଟଣା
  • ||
  • ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷ ସମ୍ଭାବନା, ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ସମୃଦ୍ଧ ହେବ ଅର୍ଥନୀତି

Published By : Prameya | April 3, 2025 9:51 PM

ମାଲକାନଗିରି, ୩/୪(ଆପ୍ର ): ଆମ ପୋଷାକ ଆମ ପରିଚୟ ଅଭିଯାନରେ ପାରମ୍ପରିକ ବସ୍ତ୍ର ପରିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏହି ଅବସରରେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। 

ସେ କହିଛନ୍ତି ଆମ ବସ୍ତ୍ର ଆମ ସ୍ବାଭିମାନ ଓ ପରିଚୟ ହେବା ଉଚିତ୍। ଆମ ଓଡ଼ିଶାର ହସ୍ତତନ୍ତ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ପ୍ରତ୍ୟେକ ହସ୍ତତନ୍ତ ବସ୍ତ୍ର ସହିତ ଏହାର ଐତିହ୍ୟ ଓ ଅଞ୍ଚଳର କାହାଣୀ ଜଡ଼ିତ ହୋଇ ରହିଛି। ହସ୍ତତନ୍ତ ମାଧ୍ୟମରେ ବୁଣାକାର ମାନଙ୍କ ସୃଜନାତ୍ମକ କୌଶଳ ପୀଢ଼ି ପରେ ପୀଢ଼ି ପ୍ରସାରିତ ହୋଇ ଆସୁଛି। ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ଆମ ଅର୍ଥନୀତି ମଧ୍ଯ ସମୃଦ୍ଧ ହୋଇଥାଏ। ସବୁଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.