ପ୍ରମୂଖ ଖବର
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ

Published By : Harapriya Sethi | December 12, 2024 9:30 AM

ଲମତାପୁଟ, ୧୨/୧୨: କୋରାପୁଟରେ ଜାରି ରହିଛି ଅପେରସନ ଗ୍ରୀନ କ୍ଳିନ । ପାଡୁଆ,ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବେ ପାଡୁଆ ଥାନା ଅଧୀନ ଚାଟୁଆ ପଞ୍ଚାୟତ ଜିରା ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୩୭ ଏକର ଜମିରୁ ପ୍ରାୟ ୫୧ ହଜାର ୮୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । 

ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେସନ ଗ୍ରୀନ କ୍ଳିନ ଜାରି ରହିଛି । ଏହି ଅଞ୍ଚଳଟି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳ ହୋଇ ଥିବା ବେଳେ ଗ୍ରାମକୁ ଲାଗି ରହିଛି ଜଲାପୁଟ ଜଳ ଭଣ୍ଡାର । ପାଣି ସୁବିଧା ଥିବାରୁ ଏଠି ବେଧଡକ ଭାବେ ଗଂଜେଇ ଚାଷ କରାଯାଉଛି । ସଚେତନତା ଅଭାବରୁ ଏଠି ଦୀର୍ଘ ବର୍ଷ ଧରି ଚାଷୀ ଗଞ୍ଜେଇ ଚାଷ କରୁଛି । ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଆଇଆରବିଏନ୍ ଫୋର୍ସ, ଜଙ୍ଗଲ ବିଭାଗ, ପାଡୁଆ ପୋଲିସ ଏବଂ କୋରାପୁଟ ଅବକାରୀ ମିଳିତ ଉଦ୍ୟମରେ ଏହି ଅପରେସନ୍‌ କରାଯାଇଛି । ସକାଳ ୯ ଟା ଠାରୁ ଆରମ୍ଭ ହୋଇ ଏହି ଅପରେସନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହି ଥିଲା । ଏହି ଗଞ୍ଜେଇ ଚାଷ ଜଙ୍ଗଲ ଜମିରେ କରା ଯାଇଛି । କିଏ କିଏ ଏହି ଜମିରେ ଚାଷ କରିଥିଲେ ତଦନ୍ତ ପରେ ସେହି ଚାଷୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯିବା ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.