ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ

Published By : Harapriya Sethi | February 19, 2025 8:55 AM

ଭୁବନେଶ୍ୱର,୧୯/୦୨: ବୋରିଗୁମ୍ମା-ବୋଦାଗୁଡା ରାସ୍ତା ମଝିରେ ଛିଡ଼ା ହୋଇଥିଲା ଟ୍ରକ୍‌ । ଅନ୍ଧାର ରାତିରେ ଜାଣି ନପାରି ଉକ୍ତ ଟ୍ରକ୍‌କୁ ପଛପଟୁ ପିଟିଲା ବାଇକ୍‌ । ଦୁର୍ଘଟଣାରେ ଦୁଇ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସଛି । 

ସୂଚନା ମୁତାବକ, ବୋରିଗୁମ୍ମା-ବୋଦାଗୁଡା ରାସ୍ତା ମଝିରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । ଏହି ସମୟରେ ଏକ ବାଇକ୍‌ ଉକ୍ତ ରାସ୍ତା ଦେଇ ଯାଉଥିଲା । ହେଲେ ଅନ୍ଧାର ରାତିରେ ଟ୍ରକ୍‌ଟିକୁ ଦେଖି ନପାରି ତାକୁ ପଛପଟୁ ଧକ୍କା ଦେଇଥିଲା ବାଇକ୍‌। ଫଳରେ ଘଟଣା ସ୍ଥଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ଉପରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତରଙ୍କୁ ଉଦ୍ଧାର କରି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛି । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.