ପ୍ରମୂଖ ଖବର
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ

Published By : Prameya | February 9, 2025 11:22 AM

ଭୁବନେଶ୍ୱର ୦୯/୦୨: ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ। ରେଡ଼୍‌ରେ ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଜିଏସଟି ଟିମ୍ ସାମିଲ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗୁଡା ଥିବା ଏକ ଗୁଟଖା ଫ୍ୟାକ୍ଟ୍ରିରେ ଟିମ୍ ଚଳାଇଛି ତନାଘନା  ଫ୍ୟାକ୍ଟ୍ରି ମାଲିକଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। 

ସୂଚନା ମୁତାବିକ, କୁନ୍ଦୁରା ବ୍ଲକର ବରଗୁଡା ଠାରେ ଥିବା ଏକ ଗୁଟୁଖା କମ୍ପାନୀ ନାଁ ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା ।ଏହାକୁ ନେଇ ଆକ୍ସନକୁ ଆସିଥିଲା ଜିଏସ୍‌ଟି ବିଭାଗ । ଆଜି ଦିଲ୍ଲୀ ଏବଂ  ଆନ୍ଧ୍ରପ୍ରଦେଶର ଜିଏସ୍‌ଟି ଟିମ୍ ଚଢ଼ାଉ କରିଥିଲେ। ଫ୍ୟାକ୍ଟ୍ରି ଭିତରେ ନକଲି ଗୁଟଖା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ , ଗୁଟକା କମ୍ପାନୀର ଲୋଗ ଲାଗିଥିବା ପଲିଥିନ୍, କେମିକାଲ, ପାଉଡର ଏବଂ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି । ଫ୍ୟାକ୍ଟ୍ରି ମାଲିକ ପି. ସନ୍ତୋଷଙ୍କ ନିଜ ବାସଭବନ ଠାରେ ମଧ୍ୟ ଚଢାଉ ହୋଇଥିବା ସୂଚନା ରହିଛି। ସୁରକ୍ଷା ଦୃଷ୍ଟି କୋଣରୁ ବିଏସଏଫ ଯବାନଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.