ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ

Published By : Harapriya Sethi | February 21, 2025 12:49 PM

ଭୁବନେଶ୍ୱର, ୨୧/୦୨: ଜୟପୁର ଏୟାରପୋର୍ଟ ନିକଟରେ ଥିବା ବେଆଇନ ମାଟି ଇଟା ଭାଟି ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବିମାନ ଉଡାଣ ଓ ଅବତରଣରେ ସୃଷ୍ଟି ହେଉଥିଲା ସମସ୍ୟା । ବାରମ୍ୱାର ନୋଟିସ୍‌ ତତ୍ତ୍ୱେ ବନ୍ଦ କରିଲେନି ଇଟା ଭାଟି । ଏକାଧିକ ମାଟି ଇଟା ଭାଟି ଭାଙ୍ଗିଲା ପ୍ରଶାସନ । ଏଥିରେ ଜୟପୁର ତହସିଲଦାର, ମାଇନ୍ସ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ସୂଚନା ମୁତାବକ, ଜୟପୁର ଏୟାରପୋର୍ଟ ନିକଟରେ ବେଆଇନ ମାଟି ଇଟା ଭାଟି ଥିବାରୁ ଏନେଇ ଏୟାରପୋର୍ଟ କତ୍ତୃପକ୍ଷ ଅଭିଯୋଗ କରିଥିଲେ। ବିମାନ ଉଡାଣ ଓ ଅବତରଣରେ ସମସ୍ୟା ସୃଷ୍ଟି ହେଉଥିଲା । ଏନେଇ ବାରମ୍ୱାର ତାଗିଦ୍‌ ଓ ନୋଟିସ୍‌ ସତ୍ତ୍ୱେ ଇଟା ପ୍ରସ୍ତୁତ କର୍ତ୍ତା ସେଠାରେ ଇଟା ଭାଟିକୁ ବନ୍ଦ କରୁନଥିଲେ । ବିନା ଅନୁମତିରେ ମାଟି ଇଟା ନିର୍ମାଣ କରି NGTର ଗାଇଡ୍‌ ଲାଇନ୍‌ ମଧ୍ୟ ଏହି ଇଟା ଭାଟିର ମାଲିକ ଉଲଂଘନ କରୁଥିଲେ । ତେଣୁ ବାଧ୍ୟ ହୋଇ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଏଥିରେ ଜୟପୁର ତହସିଲଦାର, ମାଇନ୍ସ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.