ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା

Published By : Harapriya Sethi | February 8, 2025 10:56 AM

ଭୁବନେଶ୍ୱର,୦୮/୦୨: କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନଙ୍କ ଅଚାନକ କୋଟିଆ ପଞ୍ଚାୟତ ଗସ୍ତ । ବିଭିନ୍ନ ପ୍ରକଳ୍ପ ଦେଖିବା ସହ କୋଟିଆ ଏସ୍ ଏସ୍ ଡି ହାଇସ୍କୁଲରେ ପହଞ୍ଚିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଢିଥିଲା । ଭଲ ପାଠପଢି କୋରାପୁଟ ଜିଲ୍ଲାର ଟେକ ରଖିବାକୁ କହିଥିଲେ। 

ସ୍କୁଲ ପରିସରରେ ଭ୍ରମଣ କରିବା ପରେ ମଧ୍ୟାହ୍ନ ଭୋଜନ ମଧ୍ୟ ଯାଞ୍ଚ କରିଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ପିଲାଙ୍କ ସହ ଖାଇବାକୁ ବସିଥିଲେ ଜିଲ୍ଲାପାଳ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏସ୍ ଏସ୍ ଡି ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇ ତାହାର ମାନ ମଧ୍ୟ ଯାଞ୍ଚ କରିଥିଲେ । ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ପିଲାଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସହ ଭୋଜନ କରି ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ‌।

ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.