ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଛୁରି ଦେଖାଇ ପିଇଓଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Published By : Prameya | February 15, 2025 4:51 PM

ବୋରିଗୁମ୍ମା, ୧୫।୨ : ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଦିନ ଦ୍ବିପହରରେ ଲୁଟ। ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବୃତ୍ତମାନେ ଛୁରୀ ଦେଖାଇ ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ଲୁଟି ନେଇଛନ୍ତି।  ଲୁଟର  ଶିକାର ହୋଇଛନ୍ତି  ବୋଡ଼ିଗାଁ ପଞ୍ଚାୟତର ପିଇଓ ଅର୍ଜୁନ ପାତ୍ର ।

ବୋଡିଗାଁ ପିଇଓ ଅର୍ଜୁନ ପାତ୍ର ଶନିବାର ବ୍ଲକ କାର୍ଯ୍ୟାଳୟ ରୁ ଏକ ବ୍ୟାଗ ରେ ଟଙ୍କା ନେଇ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଥିଲେ । ୬ ଜଣ ଦୃର୍ବୁତ୍ତ ୩ଟି ବାଇକ୍ ରେ ଆସି   ରତାଳି ରାସ୍ତା ମଝିରେ ରଖି ପିଇଓଙ୍କ ବାଇକକୁ ଅଟକାଇ ଥିଲେ । ପିଇଓ ବାଇକ୍ ଅଟକକିବା କ୍ଷଣି ଛୁରୀ ଦେଖାଇ ଆକ୍ରମଣ କରି ତାଙ୍କ ଟଙ୍କା  ବ୍ୟାଗ ଝାମ୍ଫି ନେଲେ । ସେଠାରୁ  ଯିବା ବେଳେ  ପିଇଓ ଙ୍କ ବାଇକ ଜମି ତଳ କୁ ଠେଲି ଦେବା ସହ  ତାଙ୍କ  ଫୋନ୍ ଫୋଫାଡି ଦେଇ ଚମ୍ପଟ ମାରିଥିଲେ  ଦୃର୍ବୁତ୍ତ । ଖବର ପାଇ ବୋଡ଼ିଗାଁ ସରପଂଚ କରୁଣା ବଡନାୟକ  ଓ ସ୍ଥାନୀୟ ଲୋକ ପହଞ୍ଚି ପିଇଓ ଙ୍କ ବାଇକ ଏବଂ ଫୋନ୍ ଉଦ୍ଧାର କରି ବିସିଂପୁର ପୋଲିସ ଏବଂ ବୋରିଗୁମ୍ମା ବିଡ଼ିଓ ଙ୍କୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ବି ସିଂପୁର ପୋଲିସ ପହଞ୍ଚି ଘଟଣାର ଛାନ ଭିନ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.