ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଖରା ଆରମ୍ଭରୁ ରକ୍ତ ସଂକଟ : ଦିନକୁ ଦରକାର ୩୦, ରକ୍ତଭଣ୍ଡାରରେ ରହିଛି ମାତ୍ର ୨୦ ୟୁନିଟ

Published By : Prameya | March 26, 2025 12:10 AM

ଜୟପୁର,୨୫ା୩(ବ୍ୟୁରୋ): ନିୟମିତ ରକ୍ତଦାନଶିବିର ହେଉନି । ଖରା ଆରମ୍ଭରୁ ପ୍ରତିବର୍ଷ ଭଳିରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ ।ଦିନକୁ ହାରାହାରି ୨୫ରୁ ୩୦ ୟୁନିଟ ରକ୍ତ ଦରକାରପଡୁଥିବା ବେଳେ ରହିଛି ମାତ୍ର ୨୦ ୟୁନିଟ ।ଏ-ନେଗେଟିଭ, ଓ-ନେଗେଟିଭ, ଏବି-ନେଗେଟିଭଭଳି ବିରଳ ରକ୍ତ ଗୋଟିଏ ହେଲେ ୟୁନିଟ ନାହିଁ । ଏବେଠୁ ଅଧିକରୁ ଅଧିକ ଶିବିରର ଆୟୋଜନକରାନଗଲେ ଆଗକୁ ସ୍ଥ ିତି ଅଣାୟତ ହୋଇପାରେ ।ରକ୍ତଭଣ୍ଡାରରେ ଆଜି ଏ-ପଜିଟିଭ ୩, ବିପଜିଟିଭ ୪, ବି-ନେଗେଟିଭ୍‌ ୨, ଓ-ପଜିଟିଭ୪ ଏବଂ ଏବି-ପଜିଟିଭ୍‌ ୩ ୟୁନିଟ ରକ୍ତରହିଥିଲା । ଯେ କୌଣସି ସମୟରେ ଏହା ଶେଷହୋଇଯିବ । 

ରକ୍ତଭଣ୍ଡାରର ଜଣେ କର୍ମଚାରୀକହିଛନ୍ତି, ଖରା ଯୋଗୁ ନିୟମିତ ରକ୍ତ ସଂଗ୍ରହହୋଇପାରୁନି । ଏଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟଥିବାରୁ ଅଧିକରୁ ଅଧିକ ରୋଗୀ ଆସୁଛନ୍ତି ।ସେମାନଙ୍କୁ ରକ୍ତ ଦରକାର ପଡିଲେ ଏଠାରୁନେଉଛନ୍ତି । ରୋଗୀଙ୍କ ସମ୍ପର୍କୀୟଙ୍କୁ ରକ୍ତ ଦେଇଆବଶ୍ୟକ ଗ୍ରୁପର ରକ୍ତ ନେବାକୁ ପରାମର୍ଶଦିଆଯାଉଛି । ବେଳେ ବେଳେ ସମ୍ପର୍କୀୟଦେଉନଥିବାରୁ ଗଚ୍ଛିତ ରକ୍ତ ଦେବାକୁ ପଡୁଛି ।ବିଭିନ୍ନ ସଂଗଠନକୁ ରକ୍ତଦାନ ଶିବିର ଆୟୋଜନଲାଗି ନିବେଦନ କରାଯାଉଛି । 

ଆସନ୍ତା ୨୭ରେମେଡିକାଲ ଷ୍ଟାଫଙ୍କୁ ନେଇ ରକ୍ତଦାନ ଶିବିରଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।ସ୍ୱାସ୍ଥ୍ୟକର୍ମଚାରୀମାନେ ରକ୍ତଦାନ କରିବେ ।ସେହିପରି ୩୦ ତାରିଖରେ କୁନ୍ଦୁରାରେ ଆଉଏକ ରକ୍ତଦାନ ଶିବିର ଆୟୋଜିତ ହେବ ।ନିୟମିତ ରକ୍ତଦାନ ଶିବିର କରାଗଲେ ଏବଂରୋଗୀଙ୍କ ସମ୍ପର୍କୀୟ ରକ୍ତ ବଦଳରେ ରକ୍ତଦେଲେ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହିବନାହିଁ । ପ୍ରତିବର୍ଷ ଖରାଦିନେ ଏଭଳି ରକ୍ତରଘୋର ଅଭାବ ଦେଖାଦେଉଛି । ଏହାକୁ ଆଖିରେରଖି ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଅନୁଷ୍ଠାନଆଗେଇ ଆସିବା ଦରକାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.