ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଶନିବାର ଓକିଲ ସଂଘ ନିର୍ବାଚନ, ରଣନୀତି ଉପରେ ହିଁ ନିର୍ଭର କରିବ ପ୍ରାର୍ଥୀଙ୍କ ହାରଜିତ୍‌…

Published By : Prameya | March 28, 2025 10:05 PM

ଜୟପୁର,୨୮/୩ : ଶନିବାର ଓକିଲ ସଂଘ ନିର୍ବାଚନ । ପ୍ରାର୍ଥୀ ଓ ସମର୍ଥକ ମାନେ ଚଳାଇଛନ୍ତି ଅନ୍ତିମ ରଣନୀତି । ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଶୁକ୍ରବାର ରାତିର ରଣନୀତି ଉପରେ ହିଁ ନିର୍ଭର କରିବ ପ୍ରାର୍ଥୀଙ୍କ ହାରଜିତ୍‌ ।ଅସନ୍ତୁଷ୍ଟଙ୍କୁ ମନାଇ ନିଜ ସପକ୍ଷରେ ନେବାକୁ ତାହା ହେବ ଶେଷ ସୁଯୋଗ। ଅନ୍ୟପକ୍ଷରେ ଭୋଟଦାନ କିପରି ସୁରୁଖୁରୁରେ ପରିଚାଳିତ ହେବ,ସେ ଦିଗରେ ଲାଗିପଡିଛନ୍ତି ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଦାଶରଥି ପଟ୍ଟନାୟକ ଏବଂ ସହଯୋଗୀ। ଶ୍ରୀ ପଟ୍ଟନାୟକ କହିଛନ୍ତି, ସକାଳ ସାଢେ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍‌ ନିଆଯିବ। ରାଜ୍ୟ ବାର୍‌ କାଉନସିଲ କିମ୍ବା ଓକିଲ ସଂଘର ପରିଚୟପତ୍ର ନଥିଲେ ଭୋଟ୍‌ଦେବାକୁ ଅନୁମତି ମିଳିବ ନାହିଁ । ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ କେହି ବୈଦ୍ୟୁତିକ ସାମଗ୍ରୀ (ମୋବାଇଲ କିମ୍ବା ଅନ୍ୟାନ୍ୟ ଡିଭାଇସ୍‌) ନେଇପାରିବେ ନାହିଁ । ଅସୁସ୍ଥ ଏବଂ ଦିବ୍ୟାଙ୍ଗ ଆଇନଜୀବୀଙ୍କ ଲାଗି ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଭୋଟ୍‌ଦାନ ଶେଷ ହେବାପରେ ଗଣତି ଆରମ୍ଭ ହେବ । ଏହା ପରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । 

ସୂଚନାଥାଉକି, ଚଳିତ ନିର୍ବାଚନରେ ସଭାପତି ପଦରେ ତ୍ରମୁଖୀ ଲଢେଇ ହେବ । ଅଜିତ କୁମାର ସାହୁ, ସରୋଜ କୁମାର ଦାଶ ଏବଂ ତ୍ରିନାଥ ସିଂଲାଲ(ମୁନା)ଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା। ନିଜ ନିଜ ସମର୍ଥକଙ୍କ ସହ ସେମାନେ ପ୍ରଚାର ଚଳାଇଛନ୍ତି । ବିଭିନ୍ନ ଉପାୟରେ ଆଇନଜୀବୀଙ୍କ ଭୋଟ୍‌ ହାତେଇବାକୁ ଲାଗିପଡିଛନ୍ତି। ଫୋନ୍‌, ସୋସିଆଲ ମିଡିଆର ସହାୟତା ନେବା ସହ ବ୍ୟକ୍ତିଗତ ଭାବେ ଭେଟି ଭୋଟ୍‌ ଭିକ୍ଷା କରୁଛନ୍ତି। ବିଶେଷ କରି ଅଧିକ ଆଇନଜୀବୀ ଥିବା ଅଫିସ୍‌ ଉପରେ ପ୍ରାର୍ଥୀଙ୍କ ଅଧିକ ନଜର ରହିଛି । ଅଫିସ୍‌ର ମୁଖିଆଙ୍କୁ ମନାଇବାକୁ ସମସ୍ତେ ରଣନୀତି କରୁଛନ୍ତି । ସେହିପରି  ଉପସଭାପତି ପଦରେ   ନବୀନ ଚନ୍ଦ୍ର ସାହୁ ଓ ପ୍ରସାଦ ବିଡିକା ଏବଂ ସମ୍ପାଦକରେ ସଚ୍ଚିଦାନନ୍ଦ ମିଶ୍ର ଓ ଶରତ କୁମାର ମାଝି(ପିଣ୍ଟୁ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱଦିତା ହେବ । 


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.