ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ

କୋଣାର୍କ, ୧୨।୧୦ : ଦଶହରାରେ କୋଣାର୍କ ବୁଲିବାକୁ ଆସିଥିବା ତିନ ଜଣ ସାଙ୍ଗ ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ। ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ରହିଛ। ନିଖୋଜ ଯୁବକ ଜଣକ ଜଗତସିଂହପୁରର ଜୀବନଜ୍ୟୋତି ମହାନ୍ତି(୧୯) ।

 ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ଅଂଚଳର ସୁମନ୍ତ ଜେନା,ସୁଧିର ମଲ୍ଲିକ(୨୬)ବର୍ଷ ଓ ଜଗତସିଂହପୁରର ଜୀବନଜ୍ୟୋତି ମହାନ୍ତି(୧୯) ସାଥି ହୋଇ କୋଣାର୍କ ବୁଲିବାକୁ ଆସିଥିଲେ। ଚନ୍ଦ୍ରଭାଗା କୂଳରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ତିନି ଜଣ ଯୁବକ। ଲହଡ଼ି ମାଡ଼ରେ ସମୁଦ୍ରରେ ବୁଡି ଯାଉଥିବା ଦେଖି ତୁରନ୍ତ ଲାଇଫ ଗାର୍ଡ ସମୁଦ୍ରରୁ ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଏବେ ଜୀବନଜ୍ୟୋତି ସମୁଦ୍ରରେ ନିଖୋଜ ଅଛି ବୋଲି ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି ପ୍ରତିମା ସାହୁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.