ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

'ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି'ର ସଦସ୍ୟା ଭାବରେ ନିର୍ବାଚିତ ହେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ,୨୫/୭:  'ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି'ର ସଦସ୍ୟା ଭାବରେ ନିର୍ବାଚିତ ହେଲେ ନୀତା ଅମ୍ବାନୀ । ପ୍ୟାରିସ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି । ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି ।

ସୂଚନା ଅନୁଯାୟୀ, ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି । ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଥିବା କହିଛନ୍ତି ନୀତା ଅମ୍ବାନୀ । ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି । ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଏବଂ ସାରା ଦୁନିଆରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଥିବା କହିଛନ୍ତି ନୀତା । ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା । ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା । ପ୍ରଥମ ଥର ପାଇଁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ୍ ନିର୍ମାଣ କରାଯାଇଛି । 

  • prameyanews
  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.