ପ୍ରମୂଖ ଖବର
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ବର୍ଷର ଶେଷ ମନ୍ କି ବାତ୍ ; କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସା କଲେ, ସମ୍ବିଧାନ ଆମ ମାର୍ଗଦର୍ଶକ କହିଲେ ପ୍ରଧାନମନ୍ତ୍ରୀ

Published By : Ankita S | December 29, 2024 12:33 PM

ନୂଆଦିଲ୍ଲୀ,୨୯/୧୨: ୧୧୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସହ ସହ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଚାଷୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।  ବର୍ଷର ଶେଷ ମନ୍ କି ବାତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବିଧାନଠୁ ନେଇ ମହାକୁମ୍ଭ ଯାତ୍ରା, WAVES ସମ୍ମିଳନୀ, ବସ୍ତର ଅଲମ୍ପିକ୍ସ ଓ ବଲିଉଡ ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମଜୟନ୍ତୀ ବିଷୟରେ ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସା- ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଶାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚାଷୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କମ୍ ପାଣି ଓ କମ୍ ସୁବିଧା ଥିବା ଅ଼ଞ୍ଚଳରେ ପନିପରିବା ହବ୍ କରିପାରିଛନ୍ତି । ଏହା କଳାହାଣ୍ଡି ପାଇଁ କ୍ରାନ୍ତି । ୧୦ ଜଣ ଚାଷୀ ପ୍ରଥମେ ସାହସ କରି ପରିବା ବିପ୍ଳବ ଆରମ୍ଭ କରିଥିଲେ । ଆଜି ସେହି ଅଞ୍ଚଳ ପରିବା ହବରେ ପରିଣତ ହୋଇଛି । ଇପିଏଫଓ କୋଟି କୋଟି ଟଙ୍କାର କାରବାର କରୁଛି । ୨୦୦ରୁ ଅଧିକ ଚାଷୀ ଇପିଏଫଓ ସହ ଯୋଡି ହୋଇଛନ୍ତି । କଳାହାଣ୍ଡି ପରିବା କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବିଧାନ ବିଷୟରେ କହି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୫ ଜାନୁଆରୀ ୨୬ ତାରିଖରେ ଆମର ସମ୍ବିଧାନ ଲାଗୁ ହେବାକୁ ୭୫ ବର୍ଷ ପୁରଣ ହେବ । ଏହା ଆମ ପାଇଁ ଗୌରବ ବିଷୟ । ଆମ ସମ୍ବିଧାନ ନିର୍ମାତା ଆମକୁ ଯେଉଁ ସମ୍ବିଧାନ ସମର୍ପଣ କରିଛନ୍ତି ତାହା ଆମ ପାଇଁ ମାର୍ଗଦର୍ଶକ । ଦେଶବାସୀଙ୍କୁ ସମ୍ବିଧାନ ସହ ଯୋଡି ହେବାକୁ Constitution75.com ନାମରେ ଏକ ୱେବସାଇଟ ତିଆରି ହୋଇଛି । ଏଥିରେ ସମ୍ବିଧାନ ପ୍ରସ୍ତାବନା ପଢି ନିଜର ଭିଡିଓ ଅପଲୋଡ କରିପାରିବେ । ଅଲଗା ଅଲଗା ଭାଷାରେ ସମ୍ବିଧାନ ପଢିପାରିବେ ।

ମହାକୁମ୍ଭ ମେଳା ବିଷୟରେ ମନ୍ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକୁମ୍ଭର ବିଶେଷତା କେବଳ ବିଶାଳତା ମଧ୍ୟରେ ନୁହେଁ ବରଂ ଏହାର ବଭିଦତା ମଧ୍ୟ ରହିଛି । ଏହି ଆୟୋଜନରେ କୋଟି କୋଟି ଲୋକ ଏକତ୍ରୀତ ହୁଅନ୍ତି । ପ୍ରଥମ ଥର କୁମ୍ଭ ଆୟୋଜନ ରେ ଏଆଇ ଚାର୍ଟବୋଟର ପ୍ରୟୋଗ ହେବ । ୧୧ ଭାରତୀୟ ଭାଷାରେ କୁମ୍ଭମେଳା ସହ ଯୋଡି ହେବେ ଲୋକ ।

WAVES ସମ୍ମିଳନୀ- ୨୦୨୫ରେ ଦେଶରେ ପ୍ରଥମ ଥର WAVES ସମ୍ମିଳନୀ ( World Audio Visual Entertainment Summit) ଆୟୋଜନ ହେବାକୁ ଯାଉଛି । ଏଥିରେ ଦେଶର ସବୁ ମିଡିଆ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରୀର ଦିଗଜ ସାମିଲ ହେବେ । କ୍ରିଏଟିଭ ୱାର୍ଲ୍ଡର ଲୋକ ଭାରତ ଆସିବେ । ଏହି ସମ୍ମିଳନୀ ଭାରତକୁ ଗ୍ଲୋବାଳ କଣ୍ଟେଣ୍ଟ କ୍ରିଏସନର ହବ୍ କରିବାକୁ ଦିଗ ଦେବ ।

ବଲିଉଡ ବରିଷ୍ଠ ଅଭିନେତାଙ୍କୁ ପ୍ରଶଂସା- ବଲିଉଡ ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମଜୟନ୍ତୀକୁ ନେଇ ମନ୍ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ କପୁର ଫିଲ୍ମ ଜରିଆରେ ଦୁନିଆକୁ ଭାରତର ସଫ୍ଟ ପାୱାରରୁ ପରିଚିତ କରାଇଥିଲେ । ରଫି ସାହେବଙ୍କ କଣ୍ଠରେ ଯାଦୁ ଥିଲା ଯାହା ପ୍ରତି ହୃଦୟକୁ ଛୁଇଁଥିଲା । ଭକ୍ତି ସଙ୍ଗୀତ ହେଉ କି ରୋମାଣ୍ଟିକ ସବୁ ଗୀତରେ ସେ ତାଙ୍କର ବେଷ୍ଟ ଦେଇଛନ୍ତି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.