ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଛୋଟ ପିଲାଙ୍କୁ ମଦ୍ରାସାରେ ଦିଆଯାଉଛି ଆତ୍ମଘାତୀ ହେବାର ଟ୍ରେନିଂ, ୨ ବାଂଲାଦେଶୀ ଆତଙ୍କୀ ଗିରଫ

Published By : Prameya | December 31, 2024 6:44 PM

ନୂଆଦିଲ୍ଲୀ,୩୧।୧୨:  ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏଟିଏଫ୍) ସୋମବାର ମୁର୍ସିଦାବାଦ ଜିଲ୍ଲାର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କର ଚିହ୍ନଟ ସଜିବୁଲ ଇସ୍ଲାମ(୨୪) ଓ ମୁସ୍ତାକିମ୍ ମଣ୍ଡଳ(୨୬) ରୂପରେ ହୋଇଛି। ଦୁହିଁଙ୍କର ସମ୍ପର୍କ ଅଲ୍‌କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଅନସାରୁଲ୍ଲାହ ବାଂଲା ଟିମ୍ (ଏଟିବି) ସହ କରାଯାଉଛି। ଏହି ଗିରଫଦାରୀ ଜିଲ୍ଲାରେ ପ୍ରଥମ  ମିନାରୁଲା ଶେଖ୍ ଓ ମହମ୍ମଦ  ଆବାସଙ୍କ ଗିରଫ ପରେ ହୋଇଛି। ମିନାରୁଲ ଓ ଅବାସଙ୍କ ଉପରେ ଛୋଟ ପିଲାଙ୍କୁ ଆତ୍ମଘାତୀ କରିବାର ଟ୍ରେନିଂ ଦେଉଥିବାର ଅଭିଯୋଗ ରହିଛି। 

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ପୋଲିସ  କହିଛି ମିନାରୁଲା ଓ ଆବାସ୍  ୧୨ ରୁ ୧୬ ବର୍ଷର ଶିଶୁକୁ ଟାର୍ଗେଟ କରି ସ୍ଥାନୀୟ ମଦ୍ରାସାରେ କଟ୍ଟରପନ୍ଥୀ ବିଚାରଧାରା ସହ ତାଙ୍କର ଭର୍ତ୍ତି କରୁଥିଲେ। ଏହି ପିଲାଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଟ୍ରେନିଂ ଦିଆଯାଉଥିଲା। ପୋଲିସର ଦାବି ଅନୁସାରେ, ମୁର୍ସିଦାବାଦ, ନଦିଆ, ଉତ୍ତର ଦିନାଜପୁର ଓ ଅଲ୍ଲିପୁରଦ୍ବାରରେ ୩୦ ଆତ୍ମଘାତୀ ଆକ୍ରମଣକାରୀଙ୍କ ନେଟଓ୍ବର୍କ ତିଆରି କରିବାର ଯୋଜନା କରିଥିଲେ।

ଯାଞ୍ଚ ପରେ ଜଣାପଡିଛି ଯେ, ମଦ୍ରାସାରେ ଏଲଇଡି ସ୍କ୍ରିନ୍‌ ଜରିଆରେ ପିଲାଙ୍କୁ ଟ୍ରେନିଂ  ଦିଆଯାଉଥିଲା। ଏହି ଟ୍ରେନିଂର ସଞ୍ଚାଳୟନ ଏଟିବିର ବଙ୍ଗଳା ଶାଖାର ନେତା ଆମିର ଓ ଜସିମୁଦ୍ଧିନ୍‌ଙ୍କ ଦ୍ବାରା କରାଯାଉଥିଲା। ଏହି ମାମଲାକୁ ନେଇ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ବିଜେପି) ଭିତରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଟିଏମ୍‌ସି କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲା ଯେ, ସେ ସୀମା ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ରହିଛନ୍ତି, ଯାହାଫଳରେ ଆତଙ୍କବାଦୀ ପଶ୍ଚିମବଙ୍ଗରେ ପଶୁଛନ୍ତି।   ସେଭଳି ବିଜେପି କହିଛି ରାଜ୍ୟର ଶାସକ ପାର୍ଟି ପାଇଁ ପଶ୍ଚିମବଙ୍ଗରେ ଆତଙ୍କବାଦୀ ପାଇଁ ସ୍ବର୍ଗ ପାଲଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.