ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ

Published By : Prameya | February 18, 2025 7:25 AM

ଭୁବନେଶ୍ୱର,୧୮/୦୨: ଆଜିଠୁ ଯୁକ୍ତ  ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ  ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ  ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା ।  

ମଙ୍ଗଳବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ  ଧନ୍ଦାମୂଳକ ଶିକ୍ଷାରେ ରେଗୁଲାର ଓ  ଏକ୍ସରେଗୁଲାର ମିଶି କରି ସମୁଦାୟ  ୩ ଲକ୍ଷ ୯୩ ହଜାର ୬୧୮ଜଣ  ପରୀକ୍ଷାର୍ଥୀ ରହିଛନ୍ତି । ରାଜ୍ୟରେ  ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର  କରାଯାଇଛି । ପରୀକ୍ଷା ପୂର୍ବାହ୍ଣ  ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ୩୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ । ୧୫  ମିନିଟ୍‌ ପୂର୍ବରୁ ପରୀକ୍ଷା ହଲ୍‌ରେ ପ୍ରବେଶ କରିବେ । ପୂରା ସିସିଟିଭି ନଜରରେ  ପରୀକ୍ଷା ହେବ । ଏହାର ଲାଇଭ୍‌ ଷ୍ଟ୍ରିମିଂ ଚାଲିବ । ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ୫  ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ  ସ୍କ୍ୱାଡ୍‌ ଡିପୋ କରାଯାଇଛି। ରାଜ୍ୟରେ ମୋଟ୍‌ ୩୫ଟି ସ୍କ୍ୱାଡ  ଡିପୋ ହୋଇଛି । ଗୋଟିଏ ସ୍କ୍ୱାଡରେ ୩ଜଣ ସଦସ୍ୟ ଅଛନ୍ତି ବୋଲି ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.