ଭୁବନେଶ୍ଵର: ବିଧାନସଭାନରେ ମୁମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ଏହା ବିଜେପି ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥର ରାଜ୍ୟ ବଜେଟ୍ର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ତେବେ ଏହି ବଜେଟ୍ରେ ଅନେକ ନୂଆ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି ସରକାର ।
୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪.ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ବଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି
ସେହିଭଳି ଅନ୍ୟ ନୂଆ ଯୋଜନା ମଧ୍ୟରେ ଆଦ୍ବିକା ଏବଂ ଆମ କୁନିପିଲା ରହିଛି । ମାଳତୀ ଦେବୀ ପ୍ରାକ୍ ପ୍ରାଥମିକ ୟୁନିଫର୍ମ ଯୋଜନା ଲାଗି ୮୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର। ଅଙ୍ଗନବାଡ଼ି ପିଲାମାନଙ୍କୁ ଏହି ଯୋଜନାରେ ୟୁନିଫର୍ମ ଯୋଗାଇବେ ସରକାର । ବାଲ୍ୟ ବିବାହ ରୋକିବା ଲାଗି ସରକାର ଆଦ୍ବିକା ଯୋଜନା ଆଣିଛନ୍ତି ।