ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କୋଟିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀ, ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ବଳି ପଡ଼ିଲେ କୋଟିଆ ମହିଳା

Published By : Harapriya Sethi | February 6, 2025 8:59 AM

ଭୁବନେଶ୍ୱର,୦୬/୦୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ବଳି ପଡ଼ିଲେ ମହିଳା । ସୁଭଦ୍ରା ଯୋଜନାରୁ ହେଲେ ବଞ୍ଚିତ। ବଣ୍ଡାଘାଟୀ ପରେ କୋଟିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ଆଧାର କାର୍ଡ ରହିଥିବାରୁ ଦେଖାଯାଉଛି ସମସ୍ୟା। ଆନ୍ଧ୍ର ଆଧାର ଅପଡେଟ୍‌ ଥିବାରୁ ଓଡ଼ିଶା ସୁଭଦ୍ରା ଯୋଜନାରେ ସାମିଲ୍ ହୋଇ ପାରୁ ନାହାନ୍ତି କୋଟିଆ ଅଞ୍ଚଳରେ ବସବାସ କରୁଥିବା ମହିଳା ହିତାଧିକାରୀ। 

କୋଟିଆ ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି କିନ୍ତୁ ମାତ୍ର ୨୦ ରୁ ୩୦ ପ୍ରତିଶତ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି । ତେବେ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ବିବାଦୀୟ ଗାଁର ସମସ୍ତ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ୪ ର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବାକୁ ଥିବାବେଳେ ଯୋଜନାରେ କୋଟିଆ ମହିଳାଙ୍କୁ ମଧ୍ୟ ସାମିଲ୍ କରିବାକୁ ଦାବି ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.