ପ୍ରମୂଖ ଖବର
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କେବଳ ବ୍ୟାୟାମ ନୁହେଁ, ଖାଦ୍ୟରେ ମଧ୍ୟ କମାଇପାରିବେ ଚର୍ବି; ଜାଣନ୍ତୁ କିପରି...

Published By : Manoj | July 31, 2025 2:53 PM

ଭୁବନେଶ୍ୱର ୩୧/୦୭: ପ୍ରାୟ ଲୋକଙ୍କର ଓଜନ ବଢିବାର ପ୍ରମୁଖ କାରଣ ହେଉଛି  ଭୁଲ୍‌ ଜୀବନଶୈଳୀ ଓ ଖାଦ୍ୟପାନୀୟ । ଓଜନ ଥରେ ବଢିବା  ପରେ ଏହାକୁ କମ୍‌ କରିବା ଏତେ ସହଜ ହୁଏନା । ତେଣିକି ଆମେ ଯେତେ ରୁଟିନ୍‌ ସେଟ୍‌ କରିଥାଉ । ଓଜନ ଉପରେ  ଏହାର ପ୍ରଭାବ ଖୁବ୍‌ କମ୍‌ ପଡିଥାଏ । ଘର ଓ ଅଫିସ୍‌ କାମର ଚାପ ଏତେ ଯେ ନିୟମିତ ବ୍ୟାୟାମ କରିବା ପ୍ରାୟ ଲୋକଙ୍କ  ପାଇଁ ଆଦୌ ସମ୍ଭବ ହୋଇନଥାଏ । ସେହିପରି ଅନେକ ସମୟରେ ଏଣୁତେଣୁ ଖାଇବା ଦ୍ୱାରା ମଧ୍ୟ ଚର୍ବି ବଢିଥାଏ ।  ଓଜନ କମାଇବାର ସହଜ ଉପାୟ ହେଉଛି ଗହମ ରୁଟି ପରିବର୍ତ୍ତେ ଓଟସ୍‌ ଅଟାରେ ତିଆରି ଖାଦ୍ୟ ବ୍ୟବହାର କରିପାରିବେ । ଓଟସ୍‌ ଗ୍ଲୁଟେନ୍‌ ମୁକ୍ତ ହୋଇଥାଏ । ଏହା  ଶରୀରକୁ ସୁସ୍ଥ ରଖିବା ସହ ଓଜନ ହ୍ରାସ କରିବାରେ ପ୍ରମୁଖ  ଭୂମିକା ଗ୍ରହଣ କରିଥାଏ । 

  •  ଓଟସ୍‌ ଅଟା କ’ଣ? ଓଟସ୍‌କୁ ପେଶି ଅଟା ତିଆରି କରାଯାଏ । ଏହା ଗ୍ଲୁଟେନ୍‌ ମୁକ୍ତ,  ଯାହା ସାଲ୍ୟୁବଲ୍‌ ଫାଇବରର ଏକ ସୁସ୍ଥ ସ୍ରୋତ । ଅନ୍ୟ  ଅଟାରେ ମଧ୍ୟ ଏହା ରହିଥାଏ, ଯାହା ନ୍ୟୁଟ୍ରିଏଣ୍ଟ ମୂଲ୍ୟକୁ  ବଢାଇଥାଏ ।  
  • ଅଟାର ଫାଇଦା ଓଟସ୍‌ ଅଟା କୋଲୋଷ୍ଟେରଲ୍‌ କମ୍‌ କରିବା ଓ ମଧୁମେହ  ବିରୋଧୀ ପ୍ରଭାବ ଯୋଗୁ ବେଶ୍‌ ଲୋକପ୍ରିୟ । ଓଟ୍‌ମିଲ୍‌  ଓ ଓଟ୍‌ର ପୋଷଣ ମୂଲ୍ୟ  ଭିତରେ କୌଣସି ଭିନ୍ନତା  ନାହିଁ ।  
  • ରକ୍ତଚାପକୁ  ନିୟନ୍ତ୍ରିତ କରେ ଓଟସ୍‌ ଅଟାରେ  ଇଭେନଥ୍ରାମାଇଟିସ୍‌ ସହିତ  ଆଉ କେତେକ ଆଣ୍ଟି- ଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଏହା ନାଇଟ୍ରିକ୍‌ ଅକ୍ସାଇଡର  ଉତ୍ପାଦନକୁ ବଢାଇ ରକ୍ତଚାପ ସ୍ତରକୁ କମ୍‌ କରିଥାଏ ।  ନ୍ୟାସନାଲ୍‌ ସେଣ୍ଟର ଫର୍‌ ଟେକ୍ଟୋଲୋଜି ଇନ୍‌ଫର୍ମେସନ୍‌ରୁ  ମିଳିଥିବା ରିପୋର୍ଟ ଅନୁସାରେ ବର୍ଡର ଲାଇନ୍‌ ରକ୍ତଚାପ  ଥିବା ରୋଗୀଙ୍କଠାରେ ସିଷ୍ଟୋଲିକ୍‌ ଓ ଡାଇଷ୍ଟୋଲିକ୍‌  ରକ୍ତଚାପକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ  ଓଟସ୍‌କୁ ରକ୍ତଚାପ ରୋଗୀଙ୍କ ପାଇଁ ସୁସ୍ଥ ଭୋଜନ ବୋଲି  କୁହାଯାଇଥାଏ । 
  • ସୁଧାରେ ପାଚନତନ୍ତ୍ର ଓଟସ୍‌ରେ ଥିବା ଡାଇଟ୍ରି ଫାଇବର୍‌ ହଜମ ପ୍ରକ୍ରିୟାକୁ ସହଜ  କରାଏ । ଏହା ମଳକୁ ନରମ କରାଏ । ଫଳରେ ମଳ ବାହାରକୁ ଆସିବା ସହଜ ହୋଇଥାଏ । ତା' ସହିତ  ସମ୍ପୂର୍ଣ୍ଣ ଅନ୍ତଃନଳୀକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା କବ୍ଚ  ଓ ଇରିଟେଟେଡ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ପରି ପାଚନ ସମ୍ବନ୍ଧୀ  ସମସ୍ୟାକୁ ମଧ୍ୟ କମ୍‌ କରିଥାଏ ।  
  • ଓଜନ କମାଏ ଡାଇଟ୍ରି ଫାଇବର ଯୋଗୁ ଏହାକୁ ଓଜନ କମାଇବା ପାଇଁ  ପୌଷ୍ଟିକ ଆହାର ଭାବେ ଗ୍ରହଣ କରାଯାଇଛି । ଓଟସ୍‌ରେ ମେଟାବଲିଜିମ୍‌ ଅଧିକ ଥିବାରୁ ଏହା ଶରୀରର ସିସିକେ  ହରମୋନ୍‌କୁ ସକ୍ରିୟ କରାଇଥାଏ । ଫଳରେ ମସ୍ତିଷ୍କକୁ  ପେଟ ପୁରିଗଲା ବୋଲି ନିର୍ଦ୍ଦେଶ ମିଳିଥାଏ । ଏହା ଫ୍ୟାଟ୍‌କୁ  ଅବଶୋଷଣ କରିବା ସହ ପେଟକୁ ପରିଷ୍କାର କରିଥାଏ ।  ନିୟମିତ ଖାଦ୍ୟରେ ଓଟସ୍‌ ସାମିଲ୍‌ କରିବା ଦ୍ୱାରା ଆବଶ୍ୟକ  ଫାଇବର ଶରୀରକୁ ମିଳିଯାଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.