ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଜିମ୍‌ ଯାଉଥିଲେ ଭବିଷ୍ୟତରେ ଭୋଗିପାରନ୍ତି ବଡ଼ ପରିଣାମ; ଜିମ୍ ବିଷୟରେ ଯାଞ୍ଚ କରିନିଅନ୍ତୁ, ନହେଲେ...

Published By : Swapna Ray | July 30, 2025 6:49 PM

ଭୁବନେଶ୍ୱର, ୩୦।୭: ଖୁବ୍ କମ୍ ସମୟରେ ସୁନ୍ଦର ଓ ଆକର୍ଷଣୀୟ ଶରୀର ପାଇବାକୁ ଜିମ୍‌ରେ ଜଏନ୍ କରିବା ଲାଗି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ଦେଖାଦେଉଛି । ଏକ୍ସସରସାଇଜ୍, ଏରୋବିକ୍‌, ଜୁମ୍ବା, ଯୋଗ ଭଳି ବିଭିନ୍ନ ଅଭ୍ୟାସକୁ ଲୋକମାନେ ଆପଣାଉଛନ୍ତି । ସେଥିପାଇଁ ରାଜଧାନୀରେ ଖୋଲିଛି ମାଳ ମାଳ ଜିମ୍‌ ସେଣ୍ଟର । ଯେଉଁଥିରେ ଅତ୍ୟାଧୁନିକ ବ୍ୟାୟାମ ଯନ୍ତ୍ର ବ୍ୟବହାର କରାଯାଉଛି । ହେଲେ ପରିଚାଳନା ତଥା ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅଧିକାଂଶ ଜିମ୍‌ ସେଣ୍ଟରରେ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ନାହାନ୍ତି । ଏହି ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକମାନେ ଅନଲାଇନ୍‌ ଓ ୟୁଟ୍ୟୁବ୍‌ ଭିଡିଓ ଦେଖି ପ୍ରଶିକ୍ଷଣ ଦେଉଛନ୍ତି ।  

ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ, ଯେଉଁମାନଙ୍କର ଆକର୍ଷଣୀୟ ମାଂସପେଶୀ ଥିବା ଶରୀର ରହୁଛି ସେମାନଙ୍କୁ ମାଲିକମାନେ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦେଉଛନ୍ତି । ଫଳରେ ଜିମ୍ ସେଣ୍ଟରଗୁଡ଼ିକରେ ଯାଇଥିବା ବ୍ୟକ୍ତିବିଶେଷ ଶରୀରକୁ ଫିଟ୍ ରଖିବା ପରିବର୍ତ୍ତେ ଅସୁସ୍ଥ ହୋଇ ଫେରୁଛନ୍ତି । ଜିମ୍‌ରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ଅନୁପଯୁକ୍ତ ମାର୍ଗଦର୍ଶନ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଭୁଲ୍ ବ୍ୟାୟାମ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏଭଳି ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକମାନଙ୍କ ପାଇଁ ବାଜିରେ ଲାଗୁଛି ବହୁମୂଲ୍ୟ ଜୀବନ । 

ତେବେ ଜିମ୍ ସେଣ୍ଟରଗୁଡ଼ିକରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ କାହିଁକି ନିଯୁକ୍ତି ଦିଆଯାଉଛି ? ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ ନିଯୁକ୍ତ କଲେ ସେମାନଙ୍କ ପାରିଶ୍ରମିକ ଅଧିକ । ତେଣୁ ବ୍ୟାୟାମଶାଳା ମାଲିକମାନେ ଅଧିକ ଲାଭ ଆଶାରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ ରଖିଥାନ୍ତି । ଯାହା ଫଳରେ ଗ୍ରାହକ ଜିମ୍ ସେଣ୍ଟରକୁ ଆସି ବିଭିନ୍ନ ରୋଗରେ ପଡ଼ିଥାନ୍ତି । ଆଜିକାଲି ଶରୀରକୁ ସୁନ୍ଦର ରଖିବା ଲାଗି ଓ ମେଦବହୁଳତା ଦୂର କରିବା ପାଇଁ ଜିମ୍ ସେଣ୍ଟର ଯାଆନ୍ତି । ହେଲେ ସେଠାରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟାୟାମ କରିବାର କିଛିଦିନ ପରେ ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଆରମ୍ଭ ହୁଏ । ଏନେଇ ଲୋକେ ସଚେତନ ନଥାନ୍ତି । ଭୁଲ ୱାର୍କଆଉଟ୍‌ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ତେଣୁ ଯଦି ଆପଣ ଜିମ୍ ଯାଉଛନ୍ତି, ସେହି ଜିମ୍‌ ସେଣ୍ଟର ଓ ସେଠାରେ ଥିବା ଜିମ୍ ଟ୍ରେନରଙ୍କ ସଠିକ୍ ଯାଞ୍ଚ କରିନିଅନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.