ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଆପଣ ବି ଖାଉଛନ୍ତି କି ମାଣ୍ଡିଆ ? ଜାଣନ୍ତୁ କ'ଣ ମିଳିବ ଫାଇଦା... 

Published By : Anindita Ratha | July 27, 2025 2:37 PM

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଗ୍ରହଣ କରିବାର ସଠିକ ସମୟ ନ ରହିବାରୁ ବହୁ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି । ପରେ ଓଜନ ହ୍ରାସ କରିବା ପାଇଁ କଡ଼ା ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥାନ୍ତି । ଏପରିକି କିଛି ବ୍ୟକ୍ତି ଖାଇବା ଛାଡି ଦେଇଥାନ୍ତି ।ହେଲେ ଓଜନ ହ୍ରାସ କରିବା ପାଇଁ ଅସ୍ବାସ୍ଥ୍ୟକର ଅଭ୍ୟାସ ପରିବର୍ତ୍ତେ କିଛି ଖାଦ୍ୟକୁ ଆମର ଦୈନିକ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ଦ୍ବାରା ସୁଫଳ ମିଳିଥାଏ । ଯେପରିକି ମାଣ୍ଡିଆ । ମାଣ୍ଡିଆକୁ ଦୈନିକ ଖାଦ୍ୟରେ ସାମିଲ କରିବା ଦ୍ବାରା ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ମାଣ୍ଡିଆର ସ୍ବାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପକାଇଥାଏ ।

ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜ ଖାଦ୍ୟ ଶୈଳୀରେ ମାଣ୍ଡିଆକୁ ସାମିଲ କରି ଓଜନ ନିୟନ୍ତ୍ରଣ କରିପାରିବେ । ୨୦୧୧ ମସିହାର ଏନସିବିଆଇ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାଣ୍ଡିଆରେ ଫାଇବର ଓ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଥାଏ । ପ୍ରତ୍ୟେକ ଦିନ କିଛି ମାତ୍ରାରେ ସେବନ କରିବା ଫଳରେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଏହା ସହିତ ପ୍ରତ୍ୟେକ ଦିନ ମାଣ୍ଡିଆ ଖାଇବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ । ସେହିପରି ମାଣ୍ଡିଆରେ ଚାଉଳ ଓ ଗହମ ତୁଳନାରେ ଅପେକ୍ଷାକୃତ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ । ଏହାର ନିୟମିତ ସେବନ ଦ୍ବାରା ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରାଯାଇଥାଏ ।

ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିଅମ ରହିଥାଏ । ମାଣ୍ଡିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହାଡ଼ ଓ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହା ଶିଶୁଙ୍କ ପାଇଁ ଏକ ଆବଶ୍ୟକ ଖାଦ୍ୟ ଅଟେ । ମାଣ୍ଡିଆକୁ ବୟସ୍କ ବ୍ୟକ୍ତିମାନେ ମଧ୍ୟ ନିଜର ଖାଦ୍ୟରେ ସାମିଲ କରି ଅଷ୍ଟିଓପୋରୋସିସ୍ ଭଳି ରୋଗରୁ ମୁକ୍ତି ପାଇପାରିବେ । ସେହିପରି ମାଣ୍ଡିଆରେ କ୍ୟାଲସିୟମ ଓ ଫଲିକ୍ ଏସିଡ ଭରପୁର ମାତ୍ରାରେ ଭର୍ତ୍ତି ହୋଇ ରହିଥାଏ । ମାଣ୍ଡିଆ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.